ଇସ୍ତଫା ଦେଲେ ଉପରାଷ୍ଟ୍ରପତି |

71

କଟକ,(ଉତ୍କଳ ନ୍ୟୁଜ),୨୨.୦୭.୨୦୨୫ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ହଠାତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଏବଂ ସ୍ୱାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି | ସମ୍ବିଧାନର ଧାରା ୬୭(କ) ଅନୁସାରେ ସେ ଇସ୍ତଫା ଦେଇଛନ୍ତି | ତେଣୁ ତାଙ୍କ ଇସ୍ତଫା ତତ୍କାଳ କାର୍ଯ୍ୟକାରୀ ହେବ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଧନଖଡ଼ ପଠାଯାଇଥିବା ଇସ୍ତଫାପତ୍ରରେ ତାଙ୍କର ଅକୁଣ୍ଠ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି | ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି |