କଟକ (ଉତ୍କଳ ନ୍ୟୁଜ ) ୨୯-୦୮-୨୦୨୫ : ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ କାର୍ଯ୍ୟକାରୀ ହୋଇଛି। ଏହା ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି କରିଥିବା ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରାଇଛି। ବିଶେଷ କରି ବୟନ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଗହଣା, ରତ୍ନପଥର, ଅଟୋମୋବାଇଲ୍ ଯନ୍ତ୍ରାଂଶ, ରସାୟନ, ଫାର୍ମା, ସିଫୁଡ୍, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକ ଚାକିରି ହରାଇବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଆମେରିକା ଲଗାଇଥିବା ଶୁଳ୍କ ପ୍ରଭାବରେ ସେଠାରେ ଭାରତୀୟ ଜିନିଷ ୩୫ ପ୍ରତିଶତ ମହଙ୍ଗା ହୋଇଯିବ, ଯାହା ୪୮୦୦ କୋଟି ଡଲାରର ରପ୍ତାନିକୁ ସିଧାସଳଖ ପ୍ରଭାବିତ କରିବ। ଏସବୁ ଜାଣିବା ପରେ ଏବେ ଦେଶରେ କ୍ରୋଧର ବାତାବରଣ ରହିଛି। ଏମଧ୍ୟରେ ଅମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ୱୋଲ୍ଫ ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ସମାଲୋଚନା କରିଛନ୍ତି।