କଟକ(ଉତ୍କଳ ନ୍ୟୁଜ) ୨୬.୫.୨୦୨୫ : ବିହାର ବିଧାନସଭା ନିର୍ବାଚନ ଆଉ କିଛି ମାସ ରହିଯାଇଥିବା ବେଳେ ଆଜି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଅଛି |ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ ପୁଅ ତେଜ ପ୍ରତାବଙ୍କୁ ଦଳରୁ ବହିଷ୍କାର କରିଛନ୍ତି | ତେଜ ପ୍ରତାବ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅନୁଷ୍କା ଯାଦବ ନାମ୍ନୀ ଜଣେ ଯୁବତୀଙ୍କୁ ସହିତ ଫଟୋ ପୋଷ୍ଟ କରି ତାଙ୍କ ସହ ୧୨ ଧରି ପ୍ରେମ ସମ୍ପର୍କରେ ଥିବା କହିବା ପରେ ଏହା ଲାଲୁ ପରିବାରରେ କମ୍ପନ ସୃଷ୍ଟି କରିଛି | ଏହି ଫଟୋ ସୋସିଆଲ ମେଡିଆରେ ଭାଇରାଲ ହେବ ପରେ ତେଜ ପ୍ରତାପଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଅଛି | ଏଥିସହ ଲାଲୁ ନିଜ ବଡ ପୁଅକୁ ପରିବାରରୁ ମଧ୍ୟ ବେଦଖଲ କରାଯାଇଥିବା ଘୋଷଣା କରିଛନ୍ତି | ଲାଲୁ ପ୍ରସାଦ କହିଛନ୍ତି ଯେ ଦଳ ଓ ପରିବାରରେ ଏବେ ତେଜ ପ୍ରତାବଙ୍କ କୌଣସି ଭୂମିକା ରହିବ ନାହିଁ |