ରଥରେ ବସିଲା କଣି ଫାଉଡି |

99

କଟକ,(ଉତ୍କଳ ନ୍ୟୁଜ),୨୩.୬.୨୦୨୫ : ରଥ ନିର୍ମାଣ କାର୍ଯ୍ୟ ୫୩ ଦିନରେ ପହଞ୍ଚିଛି | ଗତକଲି ସୁଦ୍ଧା ତିନିରଥର ୪ଟି ଲେଖାଁଏ ଦୁଆର ବେଢାରୁ ତିନି ରଥର ଆଗ ,ପଛ ଦୁଆର ବେଢା ରଥ ଉପରକୁ ଉଠିଥିଲା |ଆଜି ଭୋଇ ସର୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନିରଥର ଭୋଇ ସେବକମାନେ ମିଶି ତିନି ରଥର ଦୁଇଟି ଲେଖାଁଏ ପାର୍ଶ୍ୱ ଦୁଆର ବେଢାକୁ ବାଉଁଶ ତେଣ୍ଡିଆ ସହାୟତାରେ ଉଠାଇ ନାଟ ଗୋଡ ସହ ସଂଯୋଗ କରିଛନ୍ତି | ତିନିରଥର ଦୁଆର ବେଢାକୁ ମଜବୁତ ରଖିବା ପାଇଁ ଦୁଆର ବେଢାଗୁଡିକର ଉପର ଭାଗ ଚନ୍ଦ୍ରଶାଳୀରେ ଧ୍ୱଜ ବାତ ସଂଯୋଗ କରାଯାଇଛି | ମଝି ଭୂଇଁ ଶେଣିରେ କଣ୍ଟା ବସି ସେଟିଙ୍ଗ କରାଯାଇଛି |ଏଥିସହ ତିନିରଥର ଦୁଆର ବେଢାକୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢାର ନାଟ ଗୋଡ ସହ ଚଉଦ ନାହାକାରେ ଦୁଇଟି ଲେଖାଁଏ ସପୋର୍ଟ ବଟନ ବା ଦୁଆର ବଣିଆ ପ୍ରତି ରଥରେ ୧୬ଟି ଲେଖାଁଏ ଖଞ୍ଜାଯାଇଛି | ମହାରଣା ସେବକମାନେ ତିନି ରଥ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ପ୍ରତି କୋଣଗୁଡିକରେ ଦୁଇଟି ଲେଖାଁଏ କଣି ଫାଉଡି ବସାଇଛନ୍ତି |