ଆରସିବି ବିଜୟ ଉତ୍ସବରେ ଦଳାଚକଟା ୧୧ ମୃତ ,୫୦ ଆହତ |

160

କଟକ , (ଉତ୍କଳ ନ୍ୟୁଜ), ୫.୬.୨୦୨୫ : ୧୮ ବର୍ଷ ପରେ ଆଇପିଏଲ ଟାଇଟଲ ଜିତିବା ପରେ ଆରସିବି ଟିମ ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭବ୍ୟ ଉତ୍ସବ ପାଳନ କରୁଥିବା ବେଳେ ବହୁତ ବଡ ଅଘଟଣ ଘଟିଛି | ଷ୍ଟାଡିୟମ ବାହାରେ ପ୍ରବଳ ଜନସମାଗମ ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇ ଦଳଚକଟାରେ ଜଣେ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି | ଏଥିରୁ ୫୦ରୁ ଅଧିକ ଆହତ ହୋଇଥିବା ବେଳେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି | ଷ୍ଟାଡିୟମ ବାହାରେ ଏଭଳି ଅଘଟଣ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୋଲିସ ବାହିନୀର ବ୍ୟାପକ ପ୍ରୟାସ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା |