୨୪ ଘଣ୍ଟାରେ କରୋନାରେ ୭ ମୃତ |

78

କଟକ,(ଉତ୍କଳ ନ୍ୟୁଜ),୬.୬.୨୦୨୫ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି | ଗତ ୨୪ ଘଣ୍ଟାରେ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ୪,୩୦୨ ରୁ ୪,୮୬୬କୁ ବୃଦ୍ଧି ପାଇଛି | ଏହି ୨୪ ଘଣ୍ଟା ସମୟରେ ଦେଶରେ ୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି | ଦିଲ୍ଲୀରେ ଦିନକରେ ୧୦୫ ନୂଆ ମାମଲା ଚିହ୍ନଟ ହୋଇହିଛି | ଦିଲ୍ଲୀରେ ମୋଟ ସକ୍ରିୟ ମାମଲା ୫୬୨ରେ ପହଞ୍ଚିଛି | ଗୁଜୁରାଟରେ ସକ୍ରିୟ ମାମଲା ୫୦୮ ଥିବାବେଳେ କର୍ଣ୍ଣାଟକରେ ୪୩୬ , କେରଳରେ ୧୪୮୭ , ମହାରାଷ୍ଟ୍ରରେ ୫୨୬ ଏବଂ ପଶ୍ଚିମବଙ୍ଗରେ ୫୩୮ | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ କେରଳ ସବୁଠାରୁ ଖରାପ ପ୍ରଭାବିତ ରାଜ୍ୟ | ଏହା ପଛକୁ ଦିଲ୍ଲୀ ,ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ମଧ୍ୟ ପ୍ରଭାବିତ | ତେବେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁରକ୍ଷା ସଂକ୍ରାନ୍ତ ପରାମର୍ଶବଳୀ ଜାରି କରିଛନ୍ତି |