କଟକ ,(ଉତ୍କଳ ନ୍ୟୁଜ) ୪.୬.୨୦୨୫: ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ କ୍ଷମତା ହାସଲ କରିବାରେ ବିଫଳ ରହିଥିଲେ ମଧ୍ୟ ଶାସକ ବିଜେପିକୁ ସଂଖ୍ୟା ଗରିଷ୍ଠ ସ୍ଥିତି ଲକ୍ଷ୍ୟରୁ ପଛକୁ ହଟାଇ ଦେଇ୍ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସହଯୋଗୀ ଦଳଙ୍କର ସହାୟତା ନେବାକୁ ଇଣ୍ଡିଆ ମେଣ୍ଟ ବାଧ୍ୟ କରିଦେଇଥିଲା। କେନ୍ଦ୍ରରେ ସରକାର ଗଠନ ହେବାର ଏକ ବର୍ଷ ମଧ୍ୟରେ ବିରୋଧୀ ଇଣ୍ଡିଆ ମେଣ୍ଟରେ ଫାଟ ନଜର ଆସିଥିଲା। ମେଣ୍ଟର ଘର କଳି ପଦାରେ ପଡ଼ିଥିଲା। ଏନସିପି ଏବଂ ଆପ୍ ମେଣ୍ଟରୁ ଦୂରେଇବାରେ ଲାଗିଥିବାବେଳେ ଟିଏମସି ପ୍ରମୁଖ ମମତା ବାନାର୍ଜୀ ମେଣ୍ଟ ମୁହାଁ ହେବାରେ ଲାଗିଛନ୍ତି।