ଗୁପ୍ତଚରଗିରି ଅଭିଯୋଗରେ ଆଉ ଜଣେ ୟୁଟ୍ୟୁବର ଗିରଫ |

159

କଟକ, (ଉତ୍କଳ ନ୍ୟୁଜ),୫.୬.୨୦୨୫ : ପାକିସ୍ତାନ ସମର୍ଥିତ ଗୁପ୍ତଚର ନେଟୱର୍କରେ ସମ୍ପୃକ୍ତ ଅଭିଯୋଗରେ ପଞ୍ଜାବ ପୋଲିସ ବୁଧବାର ଅନ୍ୟ ଜଣେ ୟୁଟ୍ୟୁବର ଯସବୀର ସିଂହଙ୍କୁ ଗିରଫ କରିଛି , ଯିଏ କି ୧.୧ ନିୟୁତରୁ ଅଧିକ ସବସ୍କାଇବର ଥିବା "ଜାନ ମହଲ " ଚ୍ୟାନେଲ ଚଳୁଛନ୍ତି | ରୂପନଗର ଜିଲ୍ଲାର ମହଲାନ ଗାଁର ବାସିନ୍ଦା ସିଂହଙ୍କୁ ମୋହଲା ସ୍ଥିତ ଷ୍ଟେଟ ସ୍ପେସିଆଲ ଅପରେସନ ସେଲ (ଏସଏସଓସି ) ଗୁଇନ୍ଦା ସୂଚନା ଆଧାରରେ ଗିରଫ କରିଛି | ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ପରେ ଯସବୀର ସିଂହ ହେଉଛନ୍ତି ଦ୍ୱିତୀୟ ଡିଜିଟାଲ କଣ୍ଟେଣ୍ଟ ନିର୍ମାତା ଯିଏ କି ନିକଟରେ ଗିରଫ ହୋଇଛନ୍ତି |ମୋହାଲି କୋର୍ଟ ତାଙ୍କୁ ୩ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି |