ରାୟଗଡ଼ା ରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ |

141

କଟକ (ଉତ୍କଳ ନ୍ୟୁଜ ) ୩-୦୨-୨୦୨୫ : ରାୟଗଡ଼ା ଜିଲ୍ଲା ରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି | ବିଷମକଟକ ବହୁମୁଖି ପ୍ରକ୍ରିୟା କରଣ କେନ୍ଦ୍ରଠାରେ ସୋମବାର ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ବିଷମକଟକ ବିଡ଼ିଓ ସଦାଶିବ ନାୟକ ମଣ୍ଡି ଉଦ୍‌ଘାଟନ କରିଥିଲେ। ଏହି ସମୟରେ ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀ ପଟ୍ଟନାୟକ, ଓର୍ମାସର ଡେପୁଟି ସିଇଓ ମନୋଜ କୁମାର ପାତ୍ର, ଧରଣୀପେନୁ ସଂସ୍ଥାର ନିକୁଞ୍ଜ ବିହାରୀ ପ୍ରଧାନ, କଷ୍ଟର ଟୁର ନିରଞ୍ଜନ ନାୟକ ଓ ଏଗ୍ରିକଲଚରର ଅଫିସର ଘନଶ୍ୟାମ ହାଇବୃ ପ୍ରମୁଖ ଉପସ୍ଥିତ ଥିଲେ।