୧୨ଟି ଦେଶ ପାଇଁ କଟକଣା ଲଗାଇଲା ଆମେରିକା |

101

କଟକ ,(ଉତ୍କଳ ନ୍ୟୁଜ) ୫.୬.୨୦୨୫ : ବିଦେଶୀ ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା । ୧୨ ଦେଶର ନାଗରିକଙ୍କ ପାଇଁ ଆମେରିକାରେ ନୋ ଏଣ୍ଟ୍ରି । ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକା ପ୍ରବେଶ ଉପରେ କଟକଣା ଲଗାଇଲେ ଟ୍ରମ୍ପ ପ୍ରଶାସନ ।ଆଫଗାନିସ୍ତାନ, ମିଆଁମାର, କଙ୍ଗୋ, ଇରାନ, ଲିବିଆ, ସୋମାଲିଆ, ସୁଦାନ, ୟେମେନ, ହୈତି, ଇରିଟ୍ରିଆ, ଚାଡ଼, ଇକ୍ଵାଟୋରିଆଲ୍ ଗିନି ଉପରେ ଲାଗିଲା କଟକଣା । ଏଥିସହ ଅନ୍ୟ ୭ ଦେଶର ନାଗରିକଙ୍କ ଉପରେ ଆଶିଂକ କଟକଣା ଲଗାଯାଇଛି ।ତେବେ ଆମେରିକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ ପ୍ରଶାସନ । ତେବେ ଆମେରିକାକୁ ବିଦେଶୀ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ବିଶ୍ବରେ ଆତଙ୍କବାଦ ବଢି ଚାଲିଥିବା ବେଳେ ଏହାର ମୂଳପୋଛ ପାଇଁ ସବୁ ବଡ଼ ବଡ଼ ଦେଶ ଏକାଠି ହେବାର ଆବଶ୍ୟକତା ରହିଛି ।ନିକଟରେ ଭାରତ ଅପରେସନ ସିନ୍ଦୂର ଏବଂ ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ବିଭିନ୍ନ ଦେଶ ବୁଲି ଏହି ପ୍ରସଙ୍ଗରେ ସ୍ବର ଉଠାଇଛି ।