ଅବତରଣ ପରେ ଏୟାର ଇଣ୍ଡିଆ ବିମାନରେ ନିଆଁ |

60

କଟକ,(ଉତ୍କଳ ନ୍ୟୁଜ),୨୩.୦୭.୨୦୨୫ : ଦିଲ୍ଲୀ ବିମାନବନ୍ଦରରେ ଆଜି ଏକ ବଡ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି | ଏୟାର ଇଣ୍ଡିଆର ଏକ ବିମାନ ଅବତରଣ କରିବା ମାତ୍ରେ ଏହାର ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା | ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ହଂକଂରୁ ଦିଲ୍ଲୀ ପହଞ୍ଚିଥିବା ବିମାନ ଅବତରଣ କରିବା ପରେ ଅଚାନକ ପାୱାର ୟୁନିଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା | ଆଶ୍ବସ୍ତିର ବିଷୟ ହେଉଛି ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି | ଅଗ୍ନିକାଣ୍ଡରେ ବିମାନଟି କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି | ହଂକଂ ରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ବିମାନ ଏଆଇ- ୩୧୫ ଅବତରଣ କରିବାର କିଛି ସେକେଣ୍ଡ ମଧ୍ୟରେ ଏଭଳି ବିପଦର ସମ୍ମୁଖୀନ ହେବାର କାରଣ ଜାଣିବାକୁ ବ୍ୟାପକ ଯାଞ୍ଚ ଆରମ୍ଭ ହୋଇଛି | ଯାତ୍ରୀମାନେ ଓଲ୍ହାଇବା ସମୟରେ ଏହି ଅଘଟଣ ଘଟିଥିବା ବେଳେ ଏହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଥିବାରୁ ସମସ୍ତେ ନିରାପଦରେ ଓହ୍ଲାଇଥିଲେ | ଅଧିକ ତଦନ୍ତ ପାଇଁ ଏହି ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ହିଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି |