ବଡୋଦରାରେ ପୋଲ ଭୁଶୁଡିଲା ୧୩ ମୃତ ୫ ଆହତ |

49

କଟକ,(ଉତ୍କଳ ନ୍ୟୁଜ),୧୦.୦୭.୨୦୨୫ : ଗୁଜୁରାଟର ବଡୋଦରା ଜିଲ୍ଲାରେ ମହିସାଗର ନଦୀ ଉପରେ ଥିବା ୪୦ ବର୍ଷ ପୁରୁଣା ଗମ୍ଭୀରା ବ୍ରିଜ ଭୁଶୁଡି ପଡିବାରୁ ମଙ୍ଗଳବାର ସକାଳେ ୧୩ ଜଣଙ୍କର ମୁତ୍ୟୁ ଘଟିବ ସହ ୫ ଜଣ ଆହତ ହୋଇଛନ୍ତି | ଦୁର୍ଘଟଣା ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି | ମୃତ ୧୩ଜଣଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି | ବଡୋଦରା ଜିଲ୍ଲାପାଳ ଅନିଲ ଧାମେଲିଆ କହିଛନ୍ତି ଯେ ପୋଲ ଭୁଶୁଡି ପଡିବାରୁ ୨ଟି ଟ୍ରକ , ୨ଟି ଭ୍ୟାନ ଓ ଅଟୋରିକ୍ସା ସମେତ ୫ଟି ଗାଡି ନଦୀରେ ଖସି ପଡିଥିଲା | ନଦୀକୁ ଖସି ପଡିଥିବା ଏକ ଦୁଇଚକିଆ ଯାନରେ ଥିବା ୩ ଜଣ ପହଁରି ସୁରକ୍ଷିତ ସ୍ଥାନକୁ ଯିବାରେ ସକ୍ଷମ ହୋଇଥିଲେ | ଏହି ଦୁଃଖଦ ଘଟଣା ଏବେ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଦ କରିଦେଇଛି |