ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରୀ |

104

କଟକ,(ଉତ୍କଳ ନ୍ୟୁଜ),୧୦.୬.୨୦୨୫ : ଦିଲ୍ଲୀରେ ଆଜି ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହୋଇଛି | ସୋମବାର ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ତାପମାତ୍ରା ପାଖାପାଖି ୪୫ ଡିଗ୍ରୀ ରହିଛି | ଚଳିତ ମାସରେ ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ତାପମାତ୍ରା ୪୦ ଡିଗ୍ରୀ ଟପିଛି | ଜୁନ ୮ ତାରିଖରେ ତଥା ରବିବାର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା |ରବିବାର ତୁଳନାରେ ସୋମବାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢିଛି |ଦିଲ୍ଲୀରେ ଏବେ ଅତି ସାଙ୍ଘାତିକ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି |