ବାଂଲାଦେଶ ନୂଆ ନୋଟ୍ରୁ ହଟିଲା ମୁଜିବୁରଙ୍କ ଫଟୋ |

82

କଟକ,(ଉତ୍କଳ ନ୍ୟୁଜ) ୩.୬.୨୦୨୫ : ବାଂଲାଦେଶ ରବିବାର ଏକ ନୂଆ ନୋଟ ଉନ୍ମୋଚନ କରିଛି | ଏଥିରେ ବାଂଲାଦେଶର ଜନକ ଶେଖ ମୁଜିବୁର ରେହେମାନଙ୍କ ଫଟୋ ବଦଳରେ ପ୍ରସିଦ୍ଧ କଳାକୃତି ଓ ମନ୍ଦିର ଚିତ୍ର ରହିଛି | ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ୧୯୭୧ରେ ଦେଶ ଗଠନ କରିବା ପରଠାରୁ ସମସ୍ତ ନୋଟରେ ସ୍ଥାନ ପାଇ ଆସୁଥିଲେ | ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଗତବର୍ଷ "ବାଂଲାଦେଶର ଐତିହାସିକ ଓ ପ୍ରତ୍ନତାତ୍ୱିକ ସ୍ଥାପତ୍ୟ" କୁ ଅନ୍ତର୍ଭୁକ୍ତ କରି ବାଂଲାଦେଶୀ ମୁଦ୍ରାକୁ ପର୍ଯ୍ୟାୟକ୍ରମେ ସଂଶୋଧନ କରିବାକୁ ଯୋଜନା ଘୋଷଣା କରିଥିଲେ | ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ହିନ୍ଦୁ ବଉଦ୍ଧ ମନ୍ଦିର ଏବଂ ପ୍ରସିଦ୍ଧ କଳାକୃତି ସହିତ ରବିବାର ନୂଆ ୧୦୦୦,୫୦ ଓ ୨୦ ଟଙ୍କିଆ ନୋଟ ବଜାରକୁ ଆସିଛି | ସମସ୍ତ ମୂଲ୍ୟର ନୋଟ ପାଇଁ ନୂଆ ଡିଜାଇନ ପ୍ରଚଳନ କରାଯିବ ବୋଲି ଅଧିକାରୀମାନେ ଚଳିତ ସପ୍ତାହ ପ୍ରାରମ୍ଭରେ ସଂକେତ ଦେଇଥିଲେ | ନୂତନ ଭାବେ ସଂଶୋଧିତ ନୋଟ୍ଗୁଡିକ ପ୍ରଥମେ ଢ଼ାକାସ୍ଥିତ ବାଂଲାଦେଶ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟକୁ ଛଡ଼ାଯିବ |