ସୁନା ଦର ୨୪୦୦ ଟଙ୍କା ବୃଦ୍ଧି |

54

କଟକ (ଉତ୍କଳ ନ୍ୟୁଜ) ୨୨.୫.୨୦୨୫ : ପୁଣି ଥରେ ଭୁବନେଶ୍ୱରେ ସୁନା ଦର ମହଙ୍ଗା ହୋଇଛି | ବୁଧବାର ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ଦାମ ୨୪୦୦ ଟଙ୍କା ବଢିଥିବା ବେଳେ ୨୨ କ୍ୟାରେଟ ସୁନା ଦାମ ୨୨୦୦ ଟଙ୍କା ମହଙ୍ଗା ହୋଇଛି |୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ ୮୯.୩୦୦ ଟଙ୍କାକୁ ବୃଦ୍ଧି ପାଇଛି | ସେହିପରି, ୨୪କ୍ୟାରେଟ ସୁନା ଦାମ ୯୭,୪୨୦ ଟଙ୍କା ହୋଇଛି | ସେହିପରି ରୁପା ମଧ୍ୟ କେଜି ପିଛା ଦାମ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୧,୦୦୦ ଟଙ୍କା ହୋଇଯାଇଛି | ଗତ କିଛି ଦିନ ଧରି ସୁନା ଓ ରୁପା ଦରରେ ଯେଉଁ ସାମାନ୍ୟ ସ୍ଥିରତା ଫେରିଥିଲା , ତାହା ପୁଣି ଉପରମୁଁହା ହେବା ସହ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି|