ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ସୁରକ୍ଷାକୁ ଦୃଷ୍ଟିର ରଖି ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ମେ ୧୩ ପାଇଁ ଉତ୍ତର ଏବଂ ପଶ୍ଚମ ଭାରତର ଅନେକ ସହରକୁ ବିମାନ ଚଳାଳଚଳ ସ୍ଥଗିତ ରଖିଛନ୍ତି | କାରଣ ଗତକାଲି ରାତିରେ ପାକିସ୍ତାନ ପୁଣି ଥରେ ସୀମାରେ ଦ୍ରୌନ ଛାଡିଥିବା ରିପୋର୍ଟ ହୋଇଛି | ଇଣ୍ଡିଗୋ ଶନିବାର ରାତିରେ ୧୧.୫୯ ପର୍ଯ୍ୟନ୍ତ ଶ୍ରୀନଗର ,ଜାମ୍ମୁ , ଅମୃତସର, ହେଲ, ଚଣ୍ଡୀଗଡ଼ ଏବଂ ରାଜକୋଟକୁ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି |ସେହିପରି ଇଣ୍ଡିଆ ଜାମ୍ମୁ ,ଲେହ, ଯୋଧପୁର , ଅମୃତସର ,ଭୁଜ ,ଜାମନଗର ,ଚଣ୍ଡୀଗଡ଼ ଏବଂ ରାଜକୋଟ କୁ ଦୁଇପାଖ ବିମାନ ବାତିଲ କରିବାର ଘୋଷଣା ମଧ୍ୟ କରିଛି |ସୋମବାର ସନ୍ଧ୍ୟାରେ ସମ୍ବାଦ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ, ଅମୃତସରରେ ସତର୍କତାମୂଳକ ବ୍ଳକାଉଟା ବ୍ୟବସ୍ଥା ଲାଗୁ କରାଯିବା ପରେ ଅମୃତସାର ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଦିଲ୍ଲୀ ଫେରି ଆସିଥିଲା | ଶାମ୍ବା ,ଅଖାନୁର , ଜୈସେଲମେର ଏବଂ କାଠୁଆରେ ଦ୍ରୌନ ଦେଖାଯିବା ପରେ ଏଆର ଲାଇନ୍ସ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |