କେରଳ ନର୍ସ ନିମିଷ| ପ୍ରିୟାଙ୍କ ଫାଶୀଦଣ୍ଡ ସ୍ଥଗିତ |

48

କଟକ,(ଉତ୍କଳ ନ୍ୟୁଜ),୧୬.୦୭.୨୦୨୫ : ଜୁଲାଇ ୧୬ ତାରିଖରେ ୟେମେନରେ ଫାଶୀ ପାଇବାକୁ ଥିବା କେରଳ ନର୍ସ ନିମିଷ| ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଛି | ୨୦୧୭ରେ ୟେମେନି ବ୍ୟବସାୟୀ ପାର୍ଟନରଙ୍କୁ ହତ୍ୟା କରିବାର ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା | ପ୍ରାରମ୍ଭରୁ ଏହି ମାମଲାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଥିବା ଭାରତ ସରକାର ପ୍ରିୟାଙ୍କ ପରିବାରକୁ ଅନ୍ୟ ପକ୍ଷ ସହ ପାରସ୍ପରିକ ସହାମତିପୂର୍ଣ୍ଣ ସମାଧାନର ପହଞ୍ଚିବା ପାଇଁ ଅଧିକ ସମୟ ମାଗିବା ପାଇଁ ମିଳିତ ପ୍ରୟାସ ଆରମ୍ଭ କରିଥିଲେ |