ଡ଼ନର ନିର୍ଦ୍ଦେଶକ ଚନ୍ଦ୍ର ବାରୋତଙ୍କ ପରଲୋକ |

66

କଟକ,(ଉତ୍କଳ ନ୍ୟୁଜ),୨୧,୦୭.୨୦୨୫ : ଅଭିନେତା ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଜିନ୍ନତ ଅମନଙ୍କ ଅଭିନୀତ ପ୍ରଖ୍ୟାତ ବଲିଉଡ଼ ଚଳଚିତ୍ର "ଡ଼ନ"ର ନିର୍ଦ୍ଦେଶକ ଚନ୍ଦ୍ର ବାରୋତ (୮୬)ଙ୍କ ଦେହାନ୍ତ ଘଟିଛି | ସେ ଦୀର୍ଘ ଦିନ ଧରି ଫୁସଫୁସ ରୋଗରେ ପୀଡିତ ଥିଲେ | ତାଙ୍କୁ ପ୍ରଥମେ ଯଶଲୋକ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା | ପରେ ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ଡାକ୍ତର ମନୀଷ ସେଟ୍ଟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁ ନାନକ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଥିଲା | ସେ ତାଞ୍ଜାନିଆରେ ଜନ୍ମଗ୍ରହଣ କରିଥିଲେ | ପ୍ରଥମେ ସେ ଏକ ବ୍ୟାଙ୍କ କର୍ମଚାରୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ | ପରେ ସୁନାମମଧନ୍ୟ ଅଭିନେତା , ନିର୍ଦ୍ଦେଶକ ତଥା ପ୍ରଯୋଜକ ମନୋଜ କୁମାରଙ୍କ ପ୍ରରଣାରେ ସେ ଭାରତ ଆସି ବଲିଉଡରେ ଯୋଗ ଦେଇଥିଲେ | ଡ଼ନର ନିର୍ଦ୍ଦେଶନା ସହ ଚନ୍ଦ୍ର ଏକାଧିକ ହିଟ ଚଳଚିତ୍ର ପୁରବ ଔର ପଶ୍ଚିମ , ୟାଦଗାର , ଶୋର , ରୋଟି କପଡା ଔର ମକାନ ଆଦି ଚଳଚିତ୍ରର ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି |