କେବେ ହେବା ଉପରାଷ୍ଟ୍ରପତି ନିର୍ବାଚନ !

68

କଟକ,(ଉତ୍କଳ ନ୍ୟୁଜ),୨୩.୦୭.୨୦୨୫ : ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଯଥାଶୀଘ୍ର ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ନିର୍ବାଚନ ହେବ | ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ , ଇସ୍ତଫା , ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି | ଏହି ପାଦପାଇଁ ନିର୍ବାଚିତ ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପୂରା ୫ ବର୍ଷ ପର୍ଯ୍ୟନ୍ତ ପଦରେ ରହିବେ | ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୃତ୍ୟୁ ହେଲେ କିମ୍ବା ଇସ୍ତଫା ଦେଲେ କିମ୍ବା ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବେ କାର୍ଯ୍ୟ କଲେ ଉପରାଷ୍ଟ୍ରପତି ଦାୟିତ୍ୱ କିଏ ତୁଲାଇବେ ସେ ନେଇ ସମ୍ବିଧାନ ନିରବ ରହିଛି |