କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ ଅଚ୍ୟୁତାନନ୍ଦନଙ୍କ ପରଲୋକ |

58

କଟକ,(ଉତ୍କଳ ନ୍ୟୁଜ),୨୨.୦୭.୨୦୨୫ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମର ବରିଷ୍ଠ ନେତା ଭିଏସ ଅଚ୍ୟୁତାନନ୍ଦନଙ୍କ ଆଜି ଦେହାନ୍ତ ହୋଇଛି | ତାଙ୍କୁ ୧୦୧ ବର୍ଷ ହୋଇଥିଲା | ଗତମାସ ୨୩ ତାରିଖରେ ତାଙ୍କର ହୃଦଘାତ ହୋଇଥିଲା | ସେବେଠାରୁ ସେ ଟିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ | ଅଚ୍ୟୁତାନନ୍ଦନଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି | ସାମାଜିକ ଗଣମାଧ୍ୟମ ଏକ୍ସରେ କରୁଥିବା ପୋଷ୍ଟରେ ମୋଦୀ ଲେଖିଛନ୍ତି ଅଚ୍ୟୁତାନନ୍ଦନଜି ତାଙ୍କ ଜୀବନର ବହୁ ବର୍ଷ ସମାଜସେବା ଏବଂ କେରଳର ପ୍ରଗତି ପାଇଁ ଦେଇଛନ୍ତି | ଆମେ ଉଭୟ ପରସ୍ପର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଣ୍କ ସହିତ ହୋଇଥିବା ଆଲୋଚନା ମନେପଡୁଛି | ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବର ଓ ସମର୍ଥକମାନଙ୍କୁ ପ୍ରଧାନମନତ୍ରୀ ସମବେଦନା ଜଣାଇଛନ୍ତି | କେରଳର ଆଲାପୁଝା ଜିଲ୍ଲର ପୁନପ୍ରାରେ ୧୯୨୩ ମସିହା ଅକ୍ଟୋବର ୨୦ରେ ଜନ୍ମଗ୍ରହଣ କରିଥିବା ଭେଲ୍ଲୀକକଥ ଶଙ୍କରନ ଅଚ୍ୟୁତାନନ୍ଦନ ୨୦୦୬ ରୁ ୨୦୧୧ ପର୍ଯ୍ୟନ୍ତର କେରଳର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ | ସେ ୧୦ ଥର ନିର୍ବାଚନ ଲଢ଼ିଥିବାବେଳେ ୭ ଥର ବିଧାୟକ ହୋଇଥିଲେ |