କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି | ୨୧୦୦ କୋଟି ଟଙ୍କାର ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଚୈତନ୍ୟ ଗିରଫ ହୋଇଛନ୍ତି | ପିଏମଏଲଏର ଧାରା ୧୯ ଅଧୀନରେ ପ୍ରଥମେ ବଘେଲଙ୍କ ଭିଲାଇ ସ୍ଥିତ ବାସଭବନରେ ଚଢ଼ଉ କରିବା ପରେ ଇଡି ଚୈତନ୍ୟଙ୍କୁ ଗିରଫ କରିଛି | ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ ଚୈତନ୍ୟ ବଘେଲ ସର୍ଚ୍ଚ ଅପରେସନ ସମୟରେ ସହଯୋଗ ନ କରିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା | ଚୈତନ୍ୟଙ୍କୁ ଏହା ପରେ କୋର୍ଟରେ ହଜାର କରାଯାଇଥିଲା |