କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ :ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ତାଙ୍କ ବର୍ଦ୍ଧିତ ଓଜନ ପାଇଁ ଖବରରେ ଅଛନ୍ତି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ସେ ଓଜେମ୍ପିକ ଭଳି ବିଦେଶୀ ଓଜନ ହ୍ରାସ ଔଷଧ ଖୋଜିବା ଆରମ୍ଭ କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ଔଷଧଗୁଡ଼ିକୁ ପ୍ରଥମେ ତାଙ୍କ ପରି ଶରୀର ଥିବା ନାଗରିକଙ୍କ ଉପରେ ପରୀକ୍ଷଣ କରିବାକୁ ଯୋଜନା କରାଯାଉଛି। ସେମାନଙ୍କ ଊପରେ ଔଷଧ ସଫଳ ହେଲେ ପରେ କିମ୍ ନିଜେ ଖାଇବେ।ଦି ସନର ଏକ ରିପୋର୍ଟ ଅନୁଯାୟୀ, କିମ୍ ଜୋଙ୍ଗ ଉନ୍ ତାଙ୍କର ନିକଟତମ ଅଧିକାରୀମାନଙ୍କୁ ବିଦେଶୀ ବଜାରରୁ ଉନ୍ନତ ଓଜନ ହ୍ରାସ ଔଷଧ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ସେ ପୁଣି ଥରେ ଓଜନ ବୃଦ୍ଧି ସମ୍ବନ୍ଧୀୟ ରୋଗର ସମସ୍ୟାର ସମ୍ମୁଖୀନ ହେବା ପରେ ଆସିଛି। କିମ୍ ପୂର୍ବରୁ ୨୨ ଷ୍ଟୋନ୍ (ପ୍ରାୟ ୧୪୦ କିଲୋଗ୍ରାମ) ଓଜନର ଥିଲେ। ୨୦୨୧ ମସିହାରେ ତାଙ୍କର ଓଜନ ହ୍ରାସ ପାଇଥିଲା। କିନ୍ତୁ ଏବେ ତାଙ୍କର ଓଜନ ପୁଣି ୨୦ ଷ୍ଟୋନ୍ (ପ୍ରାୟ ୧୨୭ କିଲୋଗ୍ରାମ) ଅତିକ୍ରମ କରିଗଲାଣି।