ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଇଣ୍ଡି ମେଣ୍ଟ |

29

କଟକ,(ଉତ୍କଳ ନ୍ୟୁଜ),୨୦.୦୮.୨୦୨୫ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡିଙ୍କୁ ବିରୋଧୀ ଇଣ୍ଡି ମେଣ୍ଟ ର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି | ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିବେ | କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି | ଏକ୍ସରେ ଏକ ପୋଷ୍ଟ କରି ଖଡ଼ଗେ କହିଛନ୍ତି ,ଇଣ୍ଡି ମେଣ୍ଟର ସମସ୍ତ ଦଳ ଜଣେ ମିଳିତ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନେଲେ ଏବଂ ଏହି ନିଷ୍ପତ୍ତି ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି | "ସମସ୍ତ ବିରୋଧୀ ଦଳ ଗୋଟିଏ ନାଁରେ ରାଜି ହୋଇଥିବାରୁ ମୁଁ ଖୁବ ଖୁସି | ଗଣତନ୍ତ୍ର ପାଇଁ ଏହା ବହୁତ ବଡ ସଫଳତା ବୋଲି " ସେ କହିଛନ୍ତି |