ଏପ୍ରିଲ ମାସରେ ହେବ ବାଂଲାଦେଶ ନିର୍ବାଚନ |

93

କଟକ,(ଉତ୍କଳ ନ୍ୟୁଜ),୭.୬.୨୦୨୫ : ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଏପ୍ରିଲ ମାସରେ ହେବ ବାଂଲାଦେଶ ନିର୍ବାଚନ। ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ ନିର୍ବାଚନ ସମ୍ପର୍କରେ ଘୋଷଣା କରିଛନ୍ତି । କହିଛନ୍ତି ଯେ, ଦେଶର ପରବର୍ତ୍ତୀ ଜାତୀୟ ନିର୍ବାଚନ ୨୦୨୬ ଏପ୍ରିଲ୍ ପ୍ରଥମ ଭାଗରେ ଅନୁଷ୍ଠିତ ହେବ । ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରି ୟୁନୁସ୍ କହିଛନ୍ତି, ନିର୍ବାଚନ କମିସନ ଖୁବଶୀଘ୍ର ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରକାଶ କରିବେ । ଅନ୍ତରୀଣ ସରକାର ତିନିଟି ମୁଖ୍ୟ ଉଦ୍ଦେଶ୍ୟ ନେଇ ଦାୟିତ୍ୱ ଗ୍ରହଣ କରିଛନ୍ତି, ଯଥା ସଂସ୍କାର, ନ୍ୟାୟ ଓ ନିର୍ବାଚନ । ଆଗାମୀ ନିର୍ବାଚନକୁ ଦେଶର ଇତିହାସରେ ସ୍ବତନ୍ତ୍ର, ନିରପେକ୍ଷ, ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ଗ୍ରହଣୀୟ କରିବା ପାଇଁ ସରକାର ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଛନ୍ତି । ଏଭଳି ଏକ ପ୍ରକ୍ରିୟା ସୃଷ୍ଟି କରାଯିବ, ତାହା ସହିଦଙ୍କ ଆତ୍ମାକୁ ସଦଗତି ଏବଂ ରାଷ୍ଟ୍ରର ଅଖଣ୍ଡତା ଏବଂ ନିରପେକ୍ଷତାକୁ ସ୍ମରଣ କରାଯିବ ।