ବିଜେପି ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ।

346

କଟକ(ଉତ୍କଳ ନିଉଜ )୨୬/୦୧/୨୦୨୨ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ବିଜେପି ପକ୍ଷରୁ ପାର୍ଟି କାର୍ଯ୍ୟାଳୟ ପରିସରରେ ଗଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଉମାକାନ୍ତ ଦାସ ଭାରତମାତାଙ୍କ ଫୋଟୋ ଚିତ୍ର ନିକଟରେ ଧୂପ ଦୀପ ପ୍ରଜ୍ୱଳନ କରିବା ପରେ ତିହିଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ସୁକଦେଵ ମଳିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶକ୍ତିକେନ୍ଦ୍ର ପ୍ରମୁଖ ବିଭାଷ ମହଲାଙ୍କ ପୌରହିତ୍ୟରେ ବିଜେପି ନେତା ପ୍ରଦୋଷ ସ୍ବାଇଁ , ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ରେବତୀ ମହାଳିକ, ନାରୀନେତ୍ରୀ ରୀନା ସ୍ବାଇଁ, ନମିତା ରାଉତ, ଶୋଭାରାଣୀ ଦାସ, ପୂର୍ଵତନ ସରପଞ୍ଚ ଅଜୟ ରାଉତ, ରତିକାନ୍ତ ଦାସ ,ସଞ୍ଜୟ ମହାଳିକ, ଦାନବୀର ବାରିକ, କେଶବ କୁଣ୍ଡ, କୈଳାସ ବେହେରା, ମଧୁସୂଦନ ନାୟକ , ମଙ୍ଗରାଜ ନାୟକ , ବ୍ରହ୍ମାନନ୍ଦ ମହାଳିକ ,କାହ୍ନୁ ବେହେରା, ସୁରେନ୍ଦ୍ର କୁଣ୍ଡ, ଦିଲୀପ ମହାଳିକ ପ୍ରମୁଖ ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ କର୍ମୀମାନଙ୍କୁ ଉମାକାନ୍ତ ଦାସ ସଂକଳ୍ପ କରାଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କୋଲ ନିଉଜ |