ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ |

26

କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆଜି ଜଣେ ବ୍ୟକ୍ତି ଆକ୍ରମଣ କରିଛି | ଆକ୍ରମଣକାରୀକୁ ଦିଲ୍ଲୀ ପୋଲିସ ଗିରଫ କରିଛି ଏବଂ ଏହି ମାମଲାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି | ସିଭିଲ ଲାଇନ୍ସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ଜନଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବ୍ୟକ୍ତି ରେଖାଙ୍କ ଉପରେ ଆକ୍ରମଣ କରିଥିଲା | ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ତା" ନାଁ ସକରିଆ ରାଜେଶଭାଇ ଖୀମଜିଭାଇ | ସେ ଗୁଜୁରାଟ ରାଜକୋଟର ବୋଲି ଜଣାପଡିଛି | ପ୍ରତାକ୍ଷଦର୍ଶୀ ମାନେ କହିଛନ୍ତି , ଅଭିଯୁକ୍ତ ଘଟଣାସ୍ଥଳରେ କିଛି କାଗଜପତ୍ର ଧରି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲା ଏବଂ ତାଙ୍କ ଉପରେ ଆକ୍ରମଣ କରିଥିଲା | ପ୍ରଥମେ ଜଣାପଡିଥିଲା ଯେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୁକ୍ତ ଚାପୁଡ଼ା ମାରିଥିଲା ଏବଂ ଠେଲି ତଳେ ପକାଇଦେବାକୁ ଚେଷ୍ଟା କରିଥିଲା |ଅପାରପକ୍ଷେ ଆପ ବିଧାୟକମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ଏକ ଡ୍ରାମା ବୋଲି କହିଛନ୍ତି |