କଟକ(ଉତ୍କଳ ନିଉଜ )୦୭/୦୨/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପେଣ୍ଠସ୍ଥଳି ତଥା ବ୍ଲକ ହେଡ୍ କ୍ୱାଟର ଭାଟପଡା ପଞ୍ଚାୟତ ଉପରେ ସମସ୍ତଙ୍କ ନଜର । ଏହି ପଞ୍ଚାୟତକୁ କିଏ ଦଳଲ କରିବ ତାକୁ ନେଇ ଚାଲିଛି ତର୍ଜମା ଓ କଳ୍ପନା ଜଳ୍ପନା । ତିନୋଟି ରାଜନୈତିକ ଦଳ ଏନେଇ ବାରମ୍ବାର ଅଙ୍କକଷିବା ସହ ରଣକୌଶଳ ମଧ୍ୟ ପ୍ରୟୋଗ କରୁଛନ୍ତି । ଏହି ପଞ୍ଚାୟତ ୨୦୦୨ ମସିହାରୁ ୨୦୨୨ ମସିହା ମଧ୍ୟରେ କେବଳ ୨୦୧୨ ମସିହା ଫଳାଫଳ ବିଜେଡି ହାତକୁ ଯାଇଥିଲା । କଂଗ୍ରେସ ଦଳ କ୍ଷମତାସୀନ ହୋଇନଥିଲେ ମଧ୍ୟ ପ୍ରତିଦ୍ୱନ୍ଦିତାରେ ରହିଥିଲା । ହେଲେ ଏଠାରେ ମୁଖତଃ ବିଜେଡି ଓ ବିଜେପି ମଧ୍ୟ କଡ୍ଡା ଟକ୍କର ଦେଖିବାକୁ ମିଳିଥାଏ । ଉଭୟ ଦଳ ମଧ୍ୟରେ ଭୋଟ ବ୍ୟବଧାନ ହାର ପାଖାପାଖି ରହିଥାଏ । ଚଳିତ ନିର୍ବାଚନରେ ବିଜେପି ନିଜ ଗଡ ବଞ୍ଚାଇବାକୁ ଭରପୁର ଉଦ୍ୟମ କରୁଥିବା ବେଳେ ବିଜେଡି ନୂଆ ରଣ କୌଶଳ ପ୍ରୟୋଗ କରି ପଞ୍ଚାୟତ ଦଖଲ କରିବାକୁ ସଜବାଜ ହୋଇସାରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ନିର୍ବାଚନରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥି ବିଜେଡି ପ୍ରାର୍ଥିଙ୍କ ଠାରୁ ୧୭୪ ଖଣ୍ଡ ଭୋଟ ଅଧିକ ପାଇ ବିଜୟ ହୋଇଥିବା ବେଳେ ସମିତି ସଭ୍ୟ ପଦବୀକୁ ହାତଛଡା କରିଥିଲା ।

ଚଳିତ ନିର୍ବାଚନରେ କିନ୍ତୁ ନୂତନ ସମ୍ମିକରଣ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି । ବିଜେପିର ଗଡ କୁହାଯାଉଥିବା ତଥା ବିରୋଧି ଦଳ ଉପନେତାଙ୍କ ଭିଟାମାଟି ମଙ୍ଗରାଜପୁରକୁ ନେଇ ବିଜେଡି ନୂଆ ଚାଲ କରିଛି । ଏହି ଗଡରେ ବିଜେପି ପ୍ରାର୍ଥିଙ୍କ ବ୍ୟତିତ ଅନ୍ୟ କୌଣସି ଦଳୀୟ ପ୍ରାର୍ଥିଙ୍କ ଖାତାକୁ ସେମିତି ଭୋଟ ଯାଇନଥାଏ । ଅର୍ଥାତ୍ ବିଜେପି ପାଇଁ ଏକ ତରଫା ଭୋଟ ମଙ୍ଗରାଜପୁରରୁ ହିଁ ମିଳିଥାଏ । ଏହି ଲିଡ୍ ବଳରେ ବିଜେପିକୁ ବିଜୟୀ ହେବା ସହଜ ହୋଇଥାଏ । ହେଲେ ଏହି ଭୋଟ ବ୍ୟାଙ୍କ ଭାଙ୍ଗିବା ପାଇଁ ବିଜେଡି ଉକ୍ତ ଗାଁରୁ ଏବଂ ବିଜେପିରୁ ସରପଞ୍ଚ ପ୍ରାର୍ଥି ହୋଇଥିବା ପରିବାରରୁ ଜଣକୁ ଦଳୀୟ ସମର୍ଥିତ ପ୍ରାର୍ଥିଭାବେ ମୈଦାନରେ ଉଭା କରିଛି । ଅର୍ଥାତ୍ ମଙ୍ଗରାଜପୁର ଭୋଟ୍ ବ୍ୟାଙ୍କକୁ ବିଭାଜିତ କରି ବିଜୟ ପାଇଁ ରାସ୍ତା ପରିଷ୍କାର କରିବା ଲକ୍ଷ୍ୟରେ ରହିଛି । ବିଜେପି ଦଳ ଯୁବନେତା ତଥା ଫତେପୁର ପଞ୍ଚାତର ସମିତି ସଭ୍ୟ ଶୁଭ୍ରନାରାୟଣ ସେଠୀଙ୍କୁ ସରପଞ୍ଚ ପ୍ରାର୍ଥିଭାବେ ଏବଂ ଜ୍ୟୋସ୍ନାରାଣୀ ଜେନାଙ୍କୁ ସମିତି ସଭ୍ୟା ପ୍ରାର୍ଥିନୀଙ୍କୁ ସମର୍ଥନ କରିଛି । ପ୍ରଚାରରେ ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ପ୍ରତାପ ଜେନା, ଯଦୁମଣି ପାଣିଗ୍ରାହୀ, ଦେବବ୍ରତ ପାଢୀ, ନିର୍ମଳ ବେହରା, କୈଳାସ ଲେଙ୍କା, ଲକ୍ଷ୍ମୀଧର ବେହେରା, କାଳନ୍ଦି ଦାସ, ବସନ୍ତ ନାଥ, ଶିବପ୍ରସାଦ ନାଥ, ରବିନାରାୟଣ ପାଢୀ, ଶ୍ରୀଧର ଜେନା ସାମିଲ ହୋଇ ଗତ ବର୍ଷର ସଫଳତା ସମ୍ପର୍କରେ ଭୋଟରଙ୍କୁ ଅବଗତ କରିବା ସହିତ ଚଳିତ ନିର୍ବାଚନରେ ସେମାନଙ୍କ ଆଶିର୍ବାଦ କାମନା କରିଛନ୍ତି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିଭାବେ ସୁନିଲ ସେଠୀ ଓ ସମିତି ସଭ୍ୟା ପ୍ରାର୍ଥିନୀଭାବେ ସବିତା ଜେନାଙ୍କୁ ମୈଦାନରେ ଉଭା କରିଛି । ବିଗତ ୫ ବର୍ଷଧରି କ୍ଷମତା ନଥିଲେ ମଧ୍ୟ ବିଧାୟକ ଓ ସାଂସଦଙ୍କ ଉଦ୍ୟମରେ ଏହି ସଦର ପଞ୍ଚାୟତ ଓ ବଜାରର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ଦୁଇଟି ହାଇସ୍କୁଲକୁ ୫-ଟିରେ ସାମିଲ କରିବା, ୨ଟି କଲ୍ୟାଣ ମଣ୍ଡପ, ଶ୍ମଶାନ ଘାଟ, ଶିଶୁ ଉଦ୍ୟାନ, ସମସ୍ତ ସ୍କୁଲର ନବୀକରଣ, ଅଙ୍ଗନ କେନ୍ଦ୍ରର ନୂତନ ଗୃହ ନିର୍ମାଣ ସହ ନବୀକରଣ, ମୁସଲମାନ ବସ୍ତିରେ ବିବାଦୀୟ ହୋଇ ପଡିରହିଥିବା ସ୍କୁଲ ଗୃହ ନିର୍ମାଣ ଏବଂ ମସଜିଦ୍ର ଉନ୍ନତିକରଣ କରାଯାଇଛି । ଏହାକୁ ପ୍ରସଙ୍ଗ କରି ପ୍ରାର୍ଥି ଭୋଟରଙ୍କ ନିକଟକୁ ଯାଉଛନ୍ତି ଏବଂ ଆଗାମି ଦିନରେ କ୍ଷମତାକୁ ଆସିଲେ ଆହୁରି ଅନେକ ବିକାଶ ମୂଳକ ହାତକୁ ନିଆଯିବା ସହ ସଦର ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ଗଠନ କରିବା ସେମାନଙ୍କର ମୂଳ ଲକ୍ଷ୍ୟ ବୋଲି କହୁଛନ୍ତି । ଅନ୍ୟପଟେ ମଙ୍ଗରାଜପୁର ଗାଁରୁ ବିଜେପି ଯେଭଳିଭାବେ ଲିଡ୍ କରୁଥିଲା ସେଥିରେ ଅଙ୍କୁଶ ଲଗାଯିବା ସହ ତିହିଡି ଗାଁର ୧୧ଟି ୱାର୍ଡରୁ ଆମ ପ୍ରାର୍ଥି ସର୍ବାଧିକ ଲିଡ୍ ନେଇ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ ବେଶ ଆଶାବାଦି ଥିବା ଜଣାଇଛନ୍ତି ।

ପ୍ରାର୍ଥିଙ୍କ ସହ ବ୍ଲକ ସଭାପତି ରଘୁନାଥ ପଣ୍ଡା, ବରିଷ୍ଠ ନେତା ଭଗବାନ ପାଢୀ, ସମିତି ସଭ୍ୟ ସଂଗ୍ରାମ ଦାସ, ନାରୀନେତ୍ରୀ କଳ୍ପନା ନାୟକ, ଭରତ ମହାପାତ୍ର, ମନୋରଞ୍ଜନ ବେହେରା, ଈଶ୍ୱର ନାୟକ, କୃଷ୍ଣଚନ୍ଦ୍ର ଦାସ, ସର୍ବେଶ୍ୱର ନାୟକ, ଭାଗିରଥି ସେଠୀ, ସରୋଜ କର, ଶିବବ୍ରତ ସେଠୀ, ଶିବପ୍ରସାଦ କର, ରାଜକିଶୋର ମିଶ୍ର, ସେକ୍ ଇବ୍ରାହିମ, ନରେନ୍ଦ୍ର ବାରିକ, ଅଶୋକ ବଳ, ତାରାକାନ୍ତ ଜେନା, ନରହରି ନାୟକ, ଅମୁଲ୍ୟ ସେଠୀ ପ୍ରମୁଖ ପ୍ରଚାରରେ ସାମିଲ ହୋଇଛନ୍ତି । ସେହିପରି ଏମାନଙ୍କୁ ଟକ୍କର ଦେବାପାଇଁ କଂଗ୍ରେସ ମଧ୍ୟ ଅଣ୍ଟା ଭିଡିଛି । ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସଙ୍କ ନେତୃତ୍ୱରେ ସରପଞ୍ଚ ପ୍ରାର୍ଥି ନାରାୟଣ ଜେନା ଓ ସମିତି ସଭ୍ୟା ପ୍ରାର୍ଥିନୀ ମିନତୀ ହାତି ପ୍ରଚାର ମୈଦାନରେ ପାଦ ଥାପିଛନ୍ତି । ଉଭୟ ବିଜେପି ଓ ବିଜେଡି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଦିର୍ଘ ବର୍ଷଧରି ପଞ୍ଚାୟତକୁ ଦୂର୍ନୀତି ଓ ଭ୍ରଷ୍ଠାଚାରରେ ବୁଡେଇ ରଖିଥିବା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ଅଶୋକ ଦାସ ମୁସଲମାନ ବସ୍ତିରେ ପ୍ରଚାର ସମୟରେ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଦୂର୍ନୀତିର ମୂଳ ଉତ୍ପାଟନ କରିବା ସହ ଏକ ସ୍ୱଚ୍ଛ ପଞ୍ଚାୟତ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍