ଚୌଦ୍ୱାର ବିଜେପି ମଣ୍ଡଳ ପକ୍ଷରୁ ସ୍ୱଚ୍ଛ ଭାରତ ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |
କଟକ (ଉତ୍କଳ ନ୍ୟୁଜ ) ୧୨-୦୮-୨୦୨୫ : ଚୌଦ୍ୱାର ବିଜେପି ମଣ୍ଡଳ ପକ୍ଷ ରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମଙ୍ଗଳବାର ସକାଳୁ ଚୌଦ୍ୱାର ମଣ୍ଡଳ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ପ୍ରଥମେ ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି , ଓଟିଏମ ମାର୍କେଟ ରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି , ମହିଳା କଲେଜ ପରିସର ରେ ଥିବା ମଧୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ପରେ ୧୭ ନମ୍ବର ୱାର୍ଡ ରେ ଥିବା କାର୍ଗିଲ ସହିଦ ରାଜକିଶୋର ସାହୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |

କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ମମତା ବେହେରା , ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ , ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ସାହୁ , ବରିଷ୍ଠ ନେତା ବିଷ୍ଣୁ ଚରଣ ପରିଡା , ସାଧାରଣ ସମ୍ପାଦକ ଚିନ୍ମୟ ବେହେରା , ସନ୍ତୋଷ କୁମାର ବେହେରା , ଲକ୍ଷ୍ମୀ ନାରାୟଣ ସାହୁ , ସୁମିତ୍ରା ମହାନ୍ତି , ପ୍ରଶାନ୍ତ ବିଶ୍ୱାଳ , ଭାବି ଗ୍ରାହୀ ପଟ୍ଟନାୟକ , ନଗେନ୍ଦ୍ର ସାହୁ , ରମେଶ ନାୟକ , ସ୍ମୃତି ରଞ୍ଜନ ସାହୁ , କ୍ରିଷ୍ଣା ରାଓ , ଗୌତମ ସାହୁ , ଙ୍କ ସହ ବହୁ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ |