୧୮ ବର୍ଷ ଧରି ବେଆଇନ ଅଳିଆ ଗଦlଇ ଯମ ଯନ୍ତ୍ରଣା ପ୍ରତିବାଦରେ ସୈନିକସ୍କୁଲ ବଞ୍ଚାଅ ଅଲିଅଗଦା ହଟାଅ ଅଭିଯାନର ମୌନ ପ୍ରତିବାଦ |

69

ଭୁବନେଶ୍ୱର,(ଉତ୍କଳ ନ୍ୟୁଜ),୧.୦୮.୨୦୨୫ : ଆଚାର୍ଯ୍ୟ ବିହାର ରୋଡ ଉପରେ ସୈନିକ ସ୍କୁଲ ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆ ଗଦା ହଟାଅ ଅଭିଯାନ ପକ୍ଷରୁ ଆଜି ଦୀର୍ଘ ୧୮ ବର୍ଷ ଧରି ବେଆଇନ ଭାବେ ଅଳିଆ ଗଦାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦୁର୍ଗନ୍ଧ ସହ ଦୁରାରୋଗ୍ୟରେ ହନ୍ତସନ୍ତ କରିବା ପ୍ରତିବାଦ ରେ ଶହ ଶହ ସଂଖ୍ୟାରେ ସାଧାରଣ ଜନତାଙ୍କ ଦ୍ୱାରା ମୁହଁରେ କଳାପଟି ବାନ୍ଧି ମୌନ ପ୍ରତିବାଦ କରା ଯାଇଛି l ସୈନିକ ସ୍କୁଲ ପାଚେରୀକୁ ଲାଗି ଥିବା ଗାଡ଼କଣ ଅଳିହାଗଦା ବିନା କୌଣସି ପରିବେଶ ମଞ୍ଜୁରୀ, ଆବର୍ଜନା ନିରାପଦ ପରିଚାଳନା ନିୟମ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମୋଦନରେ ଗତ ୧୮ ବର୍ଷ ହେଲା ଚାଲୁ ରହିଛି l ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲା ଉପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଲୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମଙ୍କୁ ଅଫିଡାଭିତ ମାଧ୍ୟମରେ ଜବାବ ମାଗିଛନ୍ତି l ଭୁବନେଶ୍ୱର ଉନ୍ନୟନ ପରିଷଦ ତରଫରୁ ଏହାର ସଭାପତି ବାସୁଦେବ ଭଟ୍ଟଙ୍କ ଦ୍ୱାରା ଆଗତ ଏହି ମାମଲାରେ ଉତ୍ତର ପାଇଁ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ସମୟ ଧାର୍ଯ୍ୟ କରିଛନ୍ତି l ମାମଲାରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପକ୍ଷଭୁକ୍ତ ଅଛନ୍ତି l ଅଳିହାଗଦା ଯୋଗୁଁ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ହେବା ସହିତ ଓ ଏହାର ଆଖପାଖରେ ରହୁଥିବା ବାସିନ୍ଦା ମାନଙ୍କର ସ୍ୱାସ୍ଥ୍ୟପ୍ରତି ଘୋର ବିପଦ ସୃଷ୍ଟି ହେଇଛି l ବାରମ୍ବାର ଆନ୍ଦୋଳନ, ପ୍ରତିବାଦ, ରାସ୍ତାରୋକ, ଅଳିଆ ଗାଡ଼ି ଅବରୋଧ କଲାପରେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ଓ ସରକାର କର୍ଣ୍ଣପାତ ନକରି ଅଣଦେଖା କରିଛନ୍ତି l ବେଆଇନ ଭାବେ ଚାଲିଥିବା ଏହି ଅଳିହା ଗଦାକୁ ସରକାର ଅସ୍ଥାୟୀ ଆବର୍ଜନା ପରିଚାଳନା କେନ୍ଦ୍ର ନାମ ଦେଇ ନିୟମ ଉଲଂଘନ କରି ଚାଲି ଛନ୍ତି l ସୈନିକ ସ୍କୁଲ ଆନ୍ଦୋଳନ ଦୀର୍ଘ ଦିନ ଏହାକୁ ବନ୍ଦ କରିବାକୁ ଦାବି କରିଆସୁଥିଲା l ବିଭିର୍ଣ୍ଣ ସମୟରେ ଆନ୍ଦୋଳନ, ଗେଟ ବନ୍ଦ କରିବା ସହ ରାସ୍ତା ରୋକ ଓ ପଳାଶୁଣୀ ପ୍ଲାଣ୍ଟ ଲୋକଙ୍କ ଦ୍ୱାରା ଉଦଘାଟନ କରିବା ସହ ଭୁବନେଶ୍ୱର ମହାନଗର ନିଗମ ସମସ୍ତଙ୍କ ନାମରେ କେଶ ଦେଇଥିଲl ସୈନିକ ସ୍କୁଲ ଅଭିଯାନ ମଧ୍ୟ କମିଶନରଙ୍କ ନାମରେ ବିଭିନ୍ନ ବେଆଇନ ଦଫା ଉଲ୍ଲେଖ କରି କେଶ ଦେଇଥିଲା l ଗlଡ଼କଣ, ଭି ଏସ ଏସ ନଗର, ରଙ୍ଗାମାଟିଆ, ମଞ୍ଚେଶ୍ୱର, ଉତ୍କଳ ବିଶ୍ୱବିଦ୍ୟାଳୟ, ଲଷ୍ମୀ ବିହାର, ଡମଣା, ରସୁଲଗଡ ଓ ସର୍ବପରି ଭୁବନେଶ୍ୱର ସ୍ମାର୍ଟ ସିଟିର ବାସିନ୍ଦାଙ୍କ ଯେଉଁ ସ୍ମାର୍ଟ ସହର ସୁବିଧା ଆଶା ତାହା ବିଷ ବଳୟରେ ପରିଣତ ହୋଇ ଯାଇଛି l ଏହି ଅଳିଆଗଦା ଯୋଗୁ ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ ପରି ପଚାଶ ରୁ ଉର୍ଷ ଶିକ୍ଷାନୁଷ୍ଠାନ ଓ କଲୋନୀରେ ଛାତ୍ର ଛାତ୍ରୀ ଓ ଲୋକମାନେ ହନ୍ତସନ୍ତ ହେଉଛନ୍ତି l ବର୍ତମାନ ସରକାରରେ ଥିବା ବିଜେପି ଦଳ ନିର୍ବାଚନ ପୂର୍ବରୁ ଏଠାରେ ୪୦ ଦିନ ଧରି ଆନ୍ଦୋଳନ କରିଥିଲା l ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବଡ଼ ବଡ଼ ନେତା ଏହି ଆନ୍ଦୋଳନ ରେ ଯୋଗ ଦେଇ ସରକାରକୁ ଆସିଲେ ଦୁଇ ଦିନ ଭିତରେ ସମସ୍ୟା ସମାଧାନ କରିବାକୁ କହିଥିଲେ l ହେଲେ ପାଖାପାଖି ଦେଢ଼ ବର୍ଷ ହେଲା ସମ୍ପୂର୍ଣ ମୌନ ହୋଇ ବସିଛନ୍ତି l ତେଣୁ ଆଜି ଅଭିଯାନ ପକ୍ଷରୁ ମୁହଁରେ କଳାପଟି ପିନ୍ଧି ଆଜି ମୌନ ପ୍ରତବାଦ କରାଯାଇଥିଲା l ଆଗକୁ ଲଢେଇ ଆହୁରି ଜୋରଦାର ହେବ ବୋଲି ଆଜି ପ୍ରତିବାଦରେ ଯୋଗ ଦେଇ ଅଭିଯାନର ବୋଲି ଅଭିଯାନ ଆବାହକ ଭିକ୍ଷାକାରି ତ୍ରିପାଠୀ, ବରିଷ୍ଠ ସଦଶ୍ୟ ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ଚିନ୍ତାମଣି ବାରିକ, ନିରୁପମା ପାତ୍ର, ଶଙ୍କର୍ଷଣ ବାରିକ, ଦିଲୀପ ଦଶସର୍ମା, ସତ୍ୟ ମହାନ୍ତି, ପ୍ରିତିଶ ବlଷା, ସୁବ୍ରତ ସାହୁ, ସଞ୍ଜୟ ମଲ୍ଲିକ, ଆଶୁତୋଷ ମିଶ୍ର, ଗୋବିନ୍ଦ ବେହେରା, ଗୋବର୍ଦ୍ଧନ ଷଡ଼ଙ୍ଗୀ, ନିରଞ୍ଜନ ସାହୁ, ଧରଣୀଧର ରାଉତ, ପ୍ରତାପ କୁମାର ନନ୍ଦ, ନିମାଇଁ ଚରଣ ଦାସ, ଶୀତଳ ଚନ୍ଦ୍ର ମହାନ୍ତି, ଶଶୀ ଭୁଷଣ ଦାସ, ମହେଶ୍ୱର ବିଶ୍ୱାଳ, ରାମଚନ୍ଦ୍ର ସାମଲ, ନବ କିଶୋର ବେଉରା ସମେତ ଅନ୍ୟାନ୍ୟ କର୍ମକର୍ତ୍ତା କହିଛନ୍ତି l