କଟକ (ଉତ୍କଳ ନ୍ୟୁଜ ) ୭-୦୪-୨୦୨୫ : କଟକ ଜିଲ୍ଲା ଚୌଦ୍ୱାରରେ , ଚୌଦ୍ୱାର ବିଜେପି ମଣ୍ଡଳ ତରଫରୁ ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗାନ୍ଧି ଛକ ସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା ।ଚୌଦ୍ଵାର ମଣ୍ଡଳ ବିଜେପି ସଭାପତି ମମତା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ ,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର୍ ହୋତା ,ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରୁ ଦଳର ପ୍ରତିଷ୍ଠାତା ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବନ୍ଦେ ମାତରମ ସଂଗୀତ ଗାନ କରାଯାଇଥିଲା । ପରେ କେକ କାଟି, ମିଠା ବଣ୍ଟନ କରି ପ୍ରତିଷ୍ଠା ଉତ୍ସବ ମନାଇଥିଲେ |

୬ ମାସରେ ବିଜେପି ସରକାର କିପରି ସଫଳତାର ସହ ତାର ପ୍ରତିଶୃତି ରକ୍ଷା କରି ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ପାରିଛି ,ସେ ନେଇ ନେତା ମାନେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟ ରେ ପ୍ରକାଶ ଚନ୍ଦ୍ର ବଡ଼ଜେନା , ଚିନ୍ମୟ ସାମଲ , ନାରୀନେତ୍ରୀ ଅନିତା ନାୟକ , ତନ୍ମୟ ଦାସ , ଗୌତମ ସାହୁ , କ୍ରିଷ୍ନା ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ |