ବନ୍ୟା ମୁକାବିଲା କରିବାରେ ସରକାର ବିଫଳ - ବିଧାୟକ ଡ.ବ୍ୟୋମକେଶ।

146

କଟକ ( ଉତ୍କଳ ନ୍ୟୁଜ ) ୦୧-୦୮-୨୦୨୬ : ବନ୍ୟା ମୁକାବିଲା କରିବାରେ ସରକାର ବିଫଳ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ତିହିଡି ବ୍ଲକର ବୟାଙ୍ଗ ଅଞ୍ଚଳର ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ବନ୍ଯାଞ୍ଚଳ ପରିଦର୍ଶନ କରିବା ସହିତ ବିପନ୍ନମାନଙ୍କୁ ଭେଟି ଗଣମାଧ୍ୟମରେ ଏପରି ମତପ୍ରକାଶ କରିଛନ୍ତି। ତିନିଦିନ ଧରି ଲୋକେ ପାଣି ଘେରରେ ରହିଛନ୍ତି ରିଲିଫ ଦୂରର କଥା ଗୃହପାଳିତ ପଶୁମାନଙ୍କ ପାଇଁ ବି ଖାଦ୍ୟ ଦିଆଯାଇ ନାହିଁ। ମେଡିକାଲ ଟିମ ପହଁଚିବାରେ ଅସମର୍ଥ। ଯଦିଓ ରିଲିଫ ମିଳିଛି ତାହାପୁଣି ୱାର୍ଡ ପିଛି ୫୦ କେଜି ଚୂଡା ଆଉ ୨ କେଜି ଗୁଡ। ସାପ କାମୁଡାରେ ଆକ୍ରାନ୍ତ ଦୁଇ ବ୍ୟକ୍ତିଙ୍କୁ ପ୍ରଶାସନ ମେଡିକାଲ ପହଁଚେଇ ପାରିଲାନି। ୪-୫ ପାଣିରେ ଲୋକ କାନ୍ଧରେ ୧୨ କିଲୋ ମିଟର ବୋହି ନେଇ ମେଡିକାଲରେ ଭର୍ଜି କଲେ, ରନ୍ଧାଖାଦ୍ୟର ବ୍ୟବସ୍ଥା ନାହିଁ, ଦୁଇ ପଂଚାୟତର କ୍ଷତିଗ୍ରସ୍ତ ବିପନ୍ନ ବିଧାୟକଙ୍କ ନିକଟରେ ଏହିପରି ଅଭିଯୋଗ କରିଥିଲେ। ସେ ଦୁଃଖ ପ୍ରକାଶ କରିବା ସହିତ ପ୍ରଶାସନକୁ ଜଣେଇବେ ବୋଲି ପ୍ରତିଶୃତି ଦେଇଥିବା କହିଛନ୍ତି।

ଏହି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଧାନତଳି ଓ ରୁଆଧାନରେ ଛାତିଏ ପାଣି। ଗାଁ ଦାଣ୍ଡ ସହିତ ମୁଖ୍ଯ ରାସ୍ତା ବାହ୍ଯ ଜଗତରୁ ବିଚ୍ଛିନ୍ନ। ଏଥିସହ ପନିପରିବା ମଧ୍ଯ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ଲାଗି ସେ ଦାବି କରିଛନ୍ତି। ଏହି ଅବସରରେ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ବନ୍ଯାଞ୍ଚଳ ପରିଦର୍ଶନ ସମୟରେ ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ଯ ଅମୁଲ୍ଯ ମାଝୀ, ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ, ପୂର୍ବତନ ସମିତି ସଭ୍ଯ ତଥା ଏବର ସମବାୟ ସମିତିର ସଭାପତି ମାନସ କୁମାର ନାୟକ, ଦିନବନ୍ଧୁ ମହାକୁଡ, ବିପିନ ରାଉତ, ନିଳମଣି ମାଝୀ, ଦିଲ୍ଲୀପ ମିଶ୍ର, ଭଗବାନ ମାଝୀ, ଅଭିମନ୍ୟୁ ରାଉତ, ବିଶ୍ବଜିତ ବାରିକ, ଲମ୍ବୋଦର ମହାନ୍ତି ଓ ସୁଧାକର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶୁକ୍ରବାର ପୂର୍ବାହ୍ନରେ ଅର୍ଜୁନବିନ୍ଧା ଗାଁରୁ ଏକ ଘରୋଇ ଭୁଟୁଭୁଟି ବନ୍ଯାଞ୍ଚଳ ଯାଇ ଅପରାହ୍ନରେ ଫେରିଥିବା ଜଣା ଯାଇଛି। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |