ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ସ୍ଵାଧୀନ ନଗର ରେ ରାମ ନବମୀ ଉପଲକ୍ଷେ ଚାଲିଥିବା ଯଜ୍ଞ ର ପୂର୍ଣ୍ଣାହୁତି ।

336

କଟକ (ଉତ୍କଳ ନ୍ୟୁଜ ) ୧୪-୦୪-୨୦୨୫ : ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ସ୍ଵାଧୀନ ନଗର ରେ ଥିବା ରାମସୀତା ହନୁମାନ ମନ୍ଦିରରେ ବଡ଼ ଧୂମଧାମରେ ରାମ ନବମୀ ଦିନ ଠାରୁ ୯ ଦିନ ଧରି ଚାଲିଆସୁଥିବା ଯଜ୍ଞ ର ପୁନ୍ରାହୂତି ସମ୍ପୂର୍ଣ୍ଣ ହେବା ସହିତ ପ୍ରସାଦ ସେବନ କାର୍ଯକ୍ରମ ସମାପ୍ତ ହୋଇଯାଇଛି। ଏହି ଉତ୍ସବରେ ସାହିର ବରିଷ୍ଠ ବ୍ୟକ୍ତି ଗୁରୁଚରଣ ବାରିକ,ଶରତଚନ୍ଦ୍ର ଦାସ, ହରିଶ୍ଚନ୍ଦ୍ର ବେହେରା, ଲକ୍ଷ୍ମୀଧର ସେଠୀ, ବିଦ୍ୟାଧର ବେହେରା, ପ୍ରମୋଦ ପ୍ରଧାନ ଙ୍କ ନେତୃତ୍ବରେ ବଜରଙ୍ଗି କ୍ଳବର ମିଥୁନ ଦାସ,ରବିନ୍ଦ୍ର ବିଶ୍ଵାଳ ଙ୍କ ସହିତ ଅନ୍ୟ ସଦସ୍ୟମାନେ ଯୋଗ ଦେଇ କାର୍ଯକ୍ରମ କୁ ସୁଚାରୁରୂପେ ସମାପନ କରିଥିଲେ। ଏହା ସହିତ ବହୁଳ ପରିମାଣରେ ଶ୍ରଦ୍ଧାଳୁମାନେ ମଧ୍ୟ ଯୋଗଦେଇ ଠାକୁର ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |