କଟକ (ଉତ୍କଳ ନ୍ୟୁଜ ) ୨୬-୦୪-୨୦୨୫ : କଟକ ଜିଲ୍ଲା ଜାତୀୟ ମାନବାଧିକାର ପକ୍ଷ ରୁ ଆତଙ୍କୀ ଆକ୍ରମଣ ରେ ପ୍ରାଣ ହରାଇଥିବା ଭାରତୀୟ ଙ୍କ ପାଇଁ କ୍ୟାଣ୍ଡେଲ ଜାଳିବା ସହ ସେମାନଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା | ଆଜି କଟକ ଜିଲ୍ଲାର ଜାତୀୟ ମାନବାଧିକାର ତରଫରୁ ଜାମ୍ମୁ କାଶ୍ମୀରରେ ପହଲଗାମ ରେ ଆତଙ୍କି ଆକ୍ରମଣ ରେ ନିହତ ସମସ୍ତ ଭାରତୀୟ ନାଗରିକଙ୍କ ଅମର ଆତ୍ମର ସଦଗତି ନିମନ୍ତେ କ୍ୟାଣ୍ଡଲ ଜାଳି ପଦ୍ମପୁର ନୃସିଂହ ମନ୍ଦିର ସାମ୍ନାରେ ପ୍ରାର୍ଥନା କରାଯାଇଥିଲା | ଏଥିରେ ମୁଖ୍ୟତ ପହ୍ଲାଦ ସାମଲ, ମଞ୍ଜୁ ବେଗମ, ହରିହର ବେଉରା, ସୁରେଶ ପୃଷ୍ଟି, ବର୍ଷାରାଣୀ ପଲେଇ, ରାନୁ ବେହେରା,ପ୍ରିୟଦର୍ଶିନୀ ପ୍ରଧାନ ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସମୂହ ଯୋଗଦାନ କରିଥିଲେ |