ସମ୍ବଲପୁର ,(ଉତ୍କଳ ନ୍ୟୁଜ),୧.୦୮.୨୦୨୫ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସ୍ଥିତ ଗଡ଼ପୋଷ ଲେମ୍ସ ଭିତରେ ଚାଲିଛି ମହା ଦୁର୍ନୀତି | ବେଆଇନ ଭାବରେ ସିଏସସି ସେଣ୍ଟର ପ୍ରଣାମ ପତ୍ର ର ଆଇଡିକୁ ନେଇ ଚାଲିଛି କାରବାର | କାହା ଅନୁମତି ଏବଂ କାହା ନିର୍ଦେଶରେ ସରକାରୀ ଲେମ୍ସ ଗୃହ ଚାଲିଥିବାରୁ ଅନ୍ୟ ସିଏସସି ଲାଇସେନ୍ସ ପ୍ରାପ୍ତ ମାନେ ଦୁଃଖ ପ୍ରକାଶ କରୁଛନ୍ତି l ଏଭଳି ଦେଖିବାକୁ ମିଳିଛି ବାମରା ବ୍ଲକର ଗଡପୋଷ ଲେମ୍ସରେ l ସରକାରୀ ଅନୁଯାଇ ଯଦି ନିୟମ ଅଛି ତାହାହେଲେ ସମସ୍ତିଙ୍କୁ ସୁଯୋଗ ଦିଆ ଯାଉ ସିଏସସି ସେଣ୍ଟର ଆଇଡି ଯାହାର ଅଛି l କିନ୍ତୁ ଜଣକୁ ମାତ୍ର ଦିଆଗଲେ ବାକି କୁଆଡେ ଯିବେ l ଏଥିରେ ଟିକେ ମାତ୍ର ସନ୍ଦେହ ନାହିଁ ଯେ ମୋଟା ଅଙ୍କର ଅର୍ଥନେଇ ଯାହା ଜଣା ପଡୁଛି ବାବୁଲାଲ ସେଠି ଲେମ୍ସ ଏମଡିକୁ ନିଜ ହାତରେ ରଖି ଚାଲିଛି କାର୍ଯ୍ୟକ୍ରମ l ଯଦି କେହି ଜେରକ୍ସ କରିବାପାଇଁ ଆସନ୍ତି ତାଙ୍କ ଠାରୁ ଗୋଟିଏ ପେପର ପିଛା ତିନି ଟଙ୍କାରୁ ଆରମ୍ଭ କରି ଦଶ ଟଙ୍କା ପର୍ଯନ୍ତ ଦେବାକୁ ପଡିଥାଏ ପେପର ପିଛା l ବିଲ ଯଦି କେହି ମାଙ୍ଗନ୍ତି ତାଙ୍କୁ ମିଥ୍ୟା ବିଲ ଦର୍ଶାଇ ହରି ଲୁଟ କରୁଥିବା ଜଣା ପଡିଛି l ଗଡ଼ପୋଷ ଲେମ୍ସ ର ଏମଡିଙ୍କ ଚିଆର କୁ ଦେଖି ଭଲ ଭାବରେ ଜାଣି ପାରୁଥିବେ ଆପଣଙ୍କ ମାନେ ବାବୁ ମହାଶୟ କେତେ ଡିଉଟି କରୁଥିବେ l କଲ୍ କରିବାରୁ କହୁଛନ୍ତି ମୁଁ ବାହାରେ ଅଛି ଟାଇମ ଲାଗିବ ବୋଲି l ଏଆର କୁ ମଧ୍ୟ୍ୟ କଲ୍ କରି ପଚାରିବାରୁ କହୁଛନ୍ତି ଆମକୁ ସରକାର ଅନୁମତି ଦେଇଛନ୍ତି ମୁଁ ଯାହାର ସିଏସସି ସେଣ୍ଟର ଆଇଡି ଆଣି ଆମ ଲେମ୍ସ ଭିତରେ ଚଳେଇ ପାରିବି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାମରା ବ୍ଲକ ଗୋଡ଼ପୋଷ ଲେମ୍ସରେ l ଜିଲ୍ଲା ପ୍ରଶାସନ ଟିକେ ଧ୍ୟାନ ଦେବେ କି? ଏ ଭଳି ଯଦି ଲେମ୍ସ ଭିତରେ ଜଣକର ସିଏସି ସେଣ୍ଟର ଆଇଡି ରଖି କରନ୍ତି ହେଲେ ବାକି ଆହୁରି ଏଭଳି ଆହୁରି କେତେ ସିଏସି ସେଣ୍ଟର ଆଇଡି ଵାଲା ଅଛନ୍ତି ତାଙ୍କ କଥା କିଏ ବୁଝିବ l ଏହାର ଯଦି ସମାଧାନ ଜିଲ୍ଲା ପ୍ରଶାସନ ନ କରନ୍ତି ତେବେ ଆଗାମୀ ଦିନରେ ସିଏସି ସେଣ୍ଟର ଲାଇସେନ୍ସ ଧାରି ଗଣ ଗୋଡ଼ପୋଷ l ଲେମ୍ସ ଆଗରେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି l