ଜାତୀୟ ପରିଚାଳନା ଇନ୍ସୁରାନ୍ସ ପେନସନ ହୋଲଡ଼ର କଟକ ଡିଭିଜନର ପ୍ରଥମ ଅଧିବେଶନ |

31

ଜାତୀୟ ପରିଚାଳନା ଇନ୍ସୁରାନ୍ସ ପେନସନ ହୋଲଡ଼ର କଟକ ଡିଭିଜନର ପ୍ରଥମ ଅଧିବେଶନ | କଟକ,(ଉତ୍କଳ ନ୍ୟୁଜ),୨୪.୦୮.୨୦୨୫ : ଜାତୀୟ ପରିଚାଳନା ଇନ୍ସୁରାନ୍ସ ପେନସନ ହୋଲଡର କଟକ ଡିଭିଜନ ର ପ୍ରଥମ ଅଧିବେଶନ କଟକ ଲିଙ୍କ ରୋଡ଼ ସ୍ଥିତ ପଦ୍ମଯା ପ୍ରାଇଡ ହୋଟେଲ କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ସର୍ବଭାରତୀୟ କର୍ମକର୍ତ୍ତା ଯୋଗଦେଇଛନ୍ତି | ଏହି କାର୍ଯ୍ୟକ୍ରମ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ମିଳିତ ଭାବରେ ପରିଚାଳିତ ହୋଇଛି | ଏହି କାର୍ଯ୍ୟକ୍ରମ ରେ ସିନିୟର ଅଫିସର ମାନଙ୍କୁ ସମ୍ମାନିତ କରାଯାଇଛି ଏବଂ ସଭାରେ ପେନସନ ଧାରୀ ମାନଙ୍କ ବିଭିନ୍ନ ଅସୁବିଧା ଆଲୋଚନା ତଥା ସରକାରଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ଜଣାଇବେ ବୋଲି ନିର୍ଦ୍ଧାରିତ କରାଯାଇଛି |ଏହି ସଭାରେ ଭାରତୀୟ ଶ୍ରମିକ ସଙ୍ଘର ସଭାପତି ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ତାରିଣୀ ପ୍ରସାଦ ମହାପାତ୍ର, ବିକାଶ ରଞ୍ଜନ ରାୟ, ଅରୁଣ କୁମାର ପାତ୍ର,ରିଜିନାଲ ସମ୍ପାଦକ,ଶରତ ଚନ୍ଦ୍ର ପାତ୍ର, ସମ୍ପାଦକ କଟକ ଡିଭିଜନ ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ |