କଟକ (ଉତ୍କଳ ନ୍ୟୁଜ ) ୧୬-୦୮-୨୦୨୫ : ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସିପିଆଇ(ଏମ) ଓ ସିଆଇଟିୟୁ ପକ୍ଷରୁ ଭଦ୍ରକ ର ବିଭିନ୍ନ ସ୍ଥାନ ଯଥା ସିପିଆଇ(ଏମ) ଜିଲ୍ଲା କାର୍ଯ୍ୟାଳୟ, ବନ୍ତ ଛକ, କଚେରୀ ସ୍ଥିତ ପୁରୁଣା ବସଷ୍ଟାଣ୍ଡ, କଚେରୀ ମାଛ ମାର୍କେଟ, ଚରଂପା ଟ୍ୟାକ୍ସି ଷ୍ଟାଣ୍ଡ, ଚରଂପା ମୋଟର ଶ୍ରମିକ ସଂଘ କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସେହିପରି ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ପକ୍ଷରୁ ଚାନ୍ଦବାଲି ବସଷ୍ଟାଣ୍ଡ, ଘଣ୍ଟେଶ୍ୱର ସିପିଆଇ(ଏମ) କାର୍ଯ୍ୟାଳୟ, ଯଶିପୁର, ମଉସୁଧା ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସିପିଆଇ(ଏମ) ତିହିଡି ଆଞ୍ଚଳିକ କମିଟି ପକ୍ଷରୁ କାଁପଡା, ପିରହାଟ ଓ ତିହିଡି ପୁରୁଣା ବଜାର ଛକଠାରେ ପତାକା ଉତ୍ତୋଳନ କରାଯାଇଛି।ସିପିଆଇ (ଏମ) ଧାମନଗର ଆଞ୍ଚଳିକ କମିଟି ପକ୍ଷରୁ ଧାମନଗର ବଜାର ଠାରେ, ଧୁଷୁରୀ ଆଞ୍ଚଳିକ କମିଟି ପକ୍ଷରୁ ଧୁଷୁରୀ ବଜାର ଓ ସହୀଦନଗର ଠାରେ ପତାକା ଉତ୍ତୋଳନ କରାଯାଇଛି । ସିପିଆଇ(ଏମ) ବନ୍ତ ଆଞ୍ଚଳିକ କମିଟି ପକ୍ଷରୁ ଆଗରପଡା ବଜାର ଠାରେ ପତାକା ଉତ୍ତୋଳନ କରାଯାଇଛି । ଆମ ଦେଶର ଅଗଣିତ ସହୀଦ ଓ ବିପ୍ଲବୀ ମାନଙ୍କ ତ୍ୟାଗ ଓ ସଂଘର୍ଷ ଫଳରେ ଆମେ ପାଇଥିବା ସ୍ୱାଧୀନତା, ସମ୍ବିଧାନ, ବ୍ୟକ୍ତିର ମୌଳିକ ଅଧିକାର ମୋଦି ସରକାର ସମୟରେ ଅସୁରକ୍ଷିତ ଓ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ନିଜ ଜୀବନ ଦେଇଥିବା ପରିବାର, କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ପରିବାରର ସଦସ୍ୟ ମାନଙ୍କୁ ବିହାର ରାଜ୍ୟର ଭୋଟର ତାଲିକାରୁ ନିର୍ବାଚନ କମିଶନର ବାଦ୍ ଦେବା ଆମ ଦେଶର ନାଗରିକ ମାନଙ୍କ ମୌଳିକ ଅଧିକାର ଉପରେ ଶକ୍ତ ଆକ୍ରମଣ ଅଟେ । ସ୍ୱତନ୍ତ୍ର ଭୋଟର ତାଲିକା ନିରୀକ୍ଷଣ ମାଧ୍ୟମରେ ଆମଦେଶର ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ବହୁ ନାଗରିକ ମାନଙ୍କ ନାଗରିକତ୍ଵକୁ ବାତିଲ କରିବା ପାଇଁ ମୋଦି ସରକାର ରଚିଥିବା ଷଡଯନ୍ତ୍ର ବିରୋଧରେ ଲଢେଇକୁ ଶକ୍ତିଶାଳୀ କରିବାକୁ ଜିଲ୍ଲାବ୍ୟାପି ଅନୁଷ୍ଠିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସିପିଆଇ(ଏମ) ନେତୃତ୍ବ ଆହ୍ୱାନ ଜଣାଇଛନ୍ତି । ୧୯୨୧ ମସିହା କଂଗ୍ରେସ ର ଅହମ୍ମଦାବାଦ ଅଧିବେଶନ ରେ କମ୍ୟୁନିଷ୍ଟ ନେତା ହସରତ ମୋହାନି ଓ ସ୍ୱାମୀ କୁମାର ଆନନ୍ଦ ଆମ ଦେଶର ପୂର୍ଣ୍ଣ ସ୍ୱାଧୀନତା ପ୍ରସଂଗ ଉଠାଇ ଥିବା ବେଳେ ଆମ ଦେଶର ସ୍ୱାଧୀନତା ପାଇଁ କମ୍ୟୁନିଷ୍ଟ ନେତା ଏମ୍ ଏନ୍ ରାୟଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ୧୯୨୦ ମସିହା ଅକ୍ଟୋବର ୧୭ ରେ ଋଷ ଦେଶର ସହାୟତା ପାଇଁ ତାସକେଣ୍ଟ ଠାରେ ଋଷ ଦେଶର କମ୍ୟୁନିଷ୍ଟ ନେତୃତ୍ବ ଙ୍କୁ ଭେଟିଥିଲେ । ଆମ ଦେଶର ସ୍ୱାଧୀନତା ପାଇଁ ଲଢେଇ କରୁଥିବା କମ୍ୟୁନିଷ୍ଟ ନେତା ମାନଙ୍କ ବିରୁଦ୍ଧରେ ପେଶୱାର ଷଡଯନ୍ତ୍ର ମାମଲା, କାନପୁର ଷଡଯନ୍ତ୍ର ମାମଲା, ଲାହୋର ଷଡଯନ୍ତ୍ର ମାମଲା ରଚନା କରି କମ୍ୟୁନିଷ୍ଟ ନେତୃତ୍ବଙ୍କୁ ତତ୍କାଳୀନ ବ୍ରିଟିଶ ଇଣ୍ଡିଆ ପ୍ରଶାସନ ଦଣ୍ଡିତ କରିଥିଲେ । କମ୍ୟୁନିଷ୍ଟ ନେତା ଏମ୍ ଏନ୍ ରାୟ, ଏଭିଲିନ ଟ୍ରେଣ୍ଟ ରାୟ, ଅବନୀ ମୁଖାର୍ଜୀ, ରୋଜା ଫିଟିଂ ଅଫ, ଏମ ଟି ପି ଆଚାର୍ଯ୍ୟ, ମୁଜାଫର ଅହମ୍ମଦ, ଏକେ ଗୋପାଳନ, ବିଟି ରଣଦିବେ, ପ୍ରମୋଦ ଦାସ ଗୁପ୍ତା, ପି ରାମମୂର୍ତ୍ତି, ପି ସୁନ୍ଦରାୟା, ଇଏମ୍ଏସ୍ ନମ୍ବୁଦ୍ରିପଦ, ହରକିଶନ୍ ସିଂ ସୁରଜିତ୍, ଜ୍ୟୋତି ବସୁ, ଭିଏସ୍ ଅଚ୍ୟୁତାନନ୍ଦନ୍, ଏନ୍ ଶଙ୍କରାୟା, ଭଗବତୀ ଚରଣ ପାଣିଗ୍ରାହୀ, ଗୁରୁଚରଣ ପଟ୍ଟନାୟକ, ବନମାଳୀ ଦାସ, ବୈଷ୍ଣବ ପଟ୍ଟନାୟକ, ବ୍ରଜକିଶୋର ପଟ୍ଟନାୟକ ପ୍ରମୁଖ ସ୍ୱାଧୀନତା ସଂଗ୍ରାମରେ ବ୍ରିଟିଶ ବିରୁଦ୍ଧରେ ଲଢି ଅନେକ ବାର କାରାବରଣ କରିଥିଲେ । ରାଜନୈତିକ ବନ୍ଦୀ ଭାବେ ଜେଲଖାନାରେ ବ୍ରିଟିଶ ପ୍ରଶାସନ ର ଅବ୍ୟବସ୍ଥା ବିରୁଦ୍ଧରେ କମ୍ୟୁନିଷ୍ଟ ମାନେ ଲଢେଇ କରିଥିଲେ । ବିପ୍ଳବୀ ଭଗତ୍ ସିଂ, ଶୁଖଦେବ ଓ ରାଜଗୁରୁ ଫାଶୀ ପାଇଥିଲେ । ସହୀଦ ବାଘାଜତିନ, ସହୀଦ ଲକ୍ଷ୍ମଣ ନାୟକ, ବୀର ବିର୍ଶା ମୁଣ୍ଡା, ବିପ୍ଲବୀ ସୂର୍ଯ୍ୟସେନ୍, ବୀର ବଟ୍ଟୁକେଶ୍ୱର ଦତ୍ତ, ବିପ୍ଲବୀ ଚନ୍ଦ୍ରଶେଖର ଆଜାଦ୍, ଉଦାମ ସିଂ ପ୍ରମୁଖ ଆମ ଦେଶ ପାଇଁ ବ୍ରିଟିଶ ବିରୁଦ୍ଧରେ ଲଢି ଇତିହାସର ମାଇଲଖୁଣ୍ଟ ହୋଇଯାଇଛନ୍ତି । ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷଚନ୍ଦ୍ର ବୋଷ, ପଣ୍ଡିତ ଜବାହାରଲାଲ ନେହେରୁ, ଲାଲ୍ ବାହାଦୂର ଶାସ୍ତ୍ରୀ, ଲାଲା ଲାଜପତ ରାୟ, ବାଲ୍ ଗଙ୍ଗାଧର ତିଳକ, ବିପିନ ଚନ୍ଦ୍ର ପାଲ୍ , ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖଙ୍କ ଲଢେଇ ଯୋଗୁଁ ବ୍ରିଟିଶ ଉପନିବେଶବାଦ ଓ ସାମ୍ରାଜ୍ୟବାଦ ହଟିଥିଲା । ଆମ ଭଦ୍ରକ ଜିଲ୍ଲାର ଇରମରେ ବ୍ରିଟିଶ ଗୁଳିରେ ୨୯ ଜଣ ସହୀଦ ଓ ସହୀଦନଗର ରେ ୯ ଜଣ ସହୀଦ ହୋଇଛନ୍ତି । ମହମ୍ମଦ ହନିଫ, ବିପ୍ଲବୀ କାଦର ଖାନ୍,ଡଃ ହରେକୃଷ୍ଣ ମହତାବ ବ୍ରିଟିଶ ବିରୁଦ୍ଧରେ ଆମ ଜିଲାରେ ଲଢିଥିଲେ । କିନ୍ତୁ ପରାଧୀନ ଭାରତର ମୁକ୍ତି ସଂଗ୍ରାମରେ ଆଦୌ ଅଂଶଗ୍ରହଣ ନକରି ଦେଶକୁ ବିଭାଜନ କରିବା ପାଇଁ ବିଭିନ୍ନ ମୌଳବାଦୀ ସଂଗଠନ ତିଆରି କରି କାର୍ଯ୍ୟ କରୁଥିବା ଦକ୍ଷିଣପନ୍ଥୀ ଶକ୍ତି ଆଜି ଆମ ଦେଶର ଜାତୀୟତା ପ୍ରତି ବିପଦ ହୋଇ ଛିଡା ହୋଇଛନ୍ତି । ସେମାନଙ୍କ ପଞ୍ଝାରୁ ଭାରତର ଶାସନ ବ୍ୟବସ୍ଥାକୁ ମୁକ୍ତ କରି ଭାରତର ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା , ସାମାଜିକ ଓ ସାମ୍ବିଧାନିକ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲାବ୍ୟାପି ସଂଗଠିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଜିଲ୍ଲାବାସୀଙ୍କୁ ଆହ୍ୱାନ ଜଣାଇଥିଲେ ।

ଜିଲ୍ଲାବ୍ୟାପି ସଂଗଠିତ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ରାଧାନାଥ ଦାସ, ପ୍ରଭାସ ମହାପାତ୍ର