ଭଦ୍ରକରେ ଶ୍ରମିକ- କୃଷକ ସଂଗଠନ ପକ୍ଷରୁ ମିଳିତ ପ୍ରତିବାଦ |

16

କଟକ (ଉତ୍କଳ ନ୍ୟୁଜ ) ୨୭-୧୧-୨୦୨୫ : ସମସ୍ତ କୃଷିଜାତ ସାମଗ୍ରୀ ଉତ୍ପାଦନ ମୂଲ୍ୟର ଦେଢଗୁଣ ଅଧିକ ବିକ୍ରି ମୂଲ୍ୟ ସରକାର ସ୍ଥିର କରିବା, ଶ୍ରମିକ ବିରୋଧୀ କର୍ପୋରେଟ ସପକ୍ଷବାଦୀ ୪ ଟି ଶ୍ରମ କୋର୍ଡ ବାତିଲ କରିବା, ଡ୍ରାଫ୍ଟ ଶ୍ରମଶକ୍ତି ନୀତି-୨୦୨୫ କୁ ପ୍ରତ୍ୟାହାର କରିବା, ବିଦ୍ୟୁତ୍ ସଂଶୋଧନ ବିଲ- ୨୦୨୫ ପ୍ରତ୍ୟାହାର କରିବା, ଜଙ୍ଗଲ ଅଧିକାର ଆଇନ-୨୦୧୩ ର ସଠିକ୍ କାର୍ଯ୍ୟକାରୀ କରିବା, ଜମିଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ଆଇନ-୨୦୧୩ ର ସଠିକ୍ କାର୍ଯ୍ୟକାରୀତା, ସଂଖ୍ୟାତ୍ମକ କୃଷି ମିଶନ ବାତିଲ କରିବା, ଏମ୍ ଏନ୍ ଆର ଇଜିଏସ ଯୋଯନା ରେ ବର୍ଷ କୁ ମୂଲିଆ ମାନଙ୍କୁ ସର୍ବନିମ୍ନ ୨୦୦ ଦିନର କାମ ଯୋଗାଇ ଦେବା, ଏମ୍ ଏନ୍ ଆର ଇଜିଏସ ଯୋଯନା ରେ ଦୈନିକ ମଜୁରୀ ୭୦୦ ଟଙ୍କାକୁ ବୃଦ୍ଧି କରିବା, ଜାତୀୟ ସାଧାରଣ ମଜୁରୀ ମାସିକ ୨୬୦୦୦ ଟଙ୍କା ପ୍ରଦାନ କରିବା, ଶ୍ରମିକ ମାନଙ୍କୁ ମାସିକ ପେନସନ ୧୦୦୦୦ ଟଙ୍କା ପ୍ରଦାନ କରିବା, ସମସ୍ତ ଶ୍ରମିକ ସାମାଜିକ ସୁରକ୍ଷା ବେନିଫିଟ ଯୋଗାଇ ଦେବା, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶତକଡ଼ା ୯୨ ଭାଗ ଶ୍ରମିକ ମାନଙ୍କ ସାମାଜିକ ନିରାପତ୍ତା ପାଇଁ ସଂସଦରେ ଆଇନ ପ୍ରଣୟନ, ଭଦ୍ରକ ଜିଲ୍ଲାର ସମସ୍ତ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ମାନଙ୍କ ସମସ୍ତ ପ୍ରକାର ଋଣ ଛାଡ କରିବା, ଆମ ଦେଶର ଅତ୍ୟଧିକ ଧନୀ ଲୋକଙ୍କ ଉପରେ ଅଧିକ ଟିକସ ବସାଇବା, କମ୍ ସୁଦ୍ଧରେ ଭଦ୍ରକ ଜିଲ୍ଲାର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କୁ ସରକାରୀ ଓ ଘରୋଇ ବ୍ୟାଙ୍କରୁ ଋଣ ଯୋଗାଇଦେବା, ଜୈବିକ ସଂପତ୍ତି ଉପରେ ଜାତୀୟ ସାର୍ବଭୌମତ୍ୱ ସୁନିଶ୍ଚିତ କରିବା, ଜାତୀୟ ମୁଦ୍ରିକରଣ ପାଇପଲାଇନକୁ ବାତିଲ କରିବା, ଡ୍ରାଫ୍ଟ ବିହନ ବିଲ୍-୨୦୨୫ ବାତିଲ କରିବା,ବିଦ୍ୟୁତ୍ କ୍ଷେତ୍ରରେ ସ୍ମାର୍ଟ ମିଟର ପ୍ରଚଳନ ବ୍ୟବସ୍ଥା ବାତିଲ କରିବା, ନିର୍ବାଚନ ପ୍ରତିଶ୍ରୁତି ମୁତାବକ ମାଗଣାରେ ପ୍ରତ୍ୟେକ ପରିବାର କୁ ୩୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇଦେବା, ସରକାରୀ ଫସଲବୀମା ଓ ଗୃହପାଳିତ ପଶୁ ପକ୍ଷୀ ବୀମା ଯୋଯନା ଗ୍ରହଣ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର କମାଇବା ସହ ୧୪ ଟି ଅତ୍ୟାବଶ୍ୟକ ସାମଗ୍ରୀ କୁ କଣ୍ଟ୍ରୋଲ ସାମଗ୍ରୀ ଭୁକ୍ତ କରିବା, ସକଳ ଶ୍ରେଣୀର ଶ୍ରମିକ ମାନଙ୍କୁ ୬୦ ବର୍ଷ ପରେ ମାସିକ ୧୦ ହଜାର ଟଙ୍କା ପେନସନ ଦେବା, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫକୁ ପ୍ରତ୍ୟାଖ୍ୟାନ କରିବା, ସାଂପ୍ରଦାୟିକ ଓ ଜାତିଗତ ଉତ୍ପୀଡନ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଦୃଢ ଭାବରେ କାର୍ଯ୍ୟକାରୀ କରିବା ଓ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଫାଷ୍ଟ ଟ୍ରାକ ବିଚାର ବ୍ୟବସ୍ଥା ପ୍ରଚଳନ କରିବା ଆଦି ଦାବି ନେଇ ଐତିହାସିକ ଦିଲ୍ଲୀ ଚାଷୀ ଆନ୍ଦୋଳନ-୨୦୨୦ର ପଞ୍ଚମ ସ୍ମୃତି ବାର୍ଷିକ ପରିପ୍ରେକ୍ଷୀରେ ଭଦ୍ରକ ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ମିଳିତ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ସମୂହ ପକ୍ଷରୁ ଭଦ୍ରକ ସହର ସ୍ଥିତ ବନ୍ତ ଛକରୁ ଏକ ଲାଲ୍ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ଦାବି ଗୁଡିକୁ ପୂରଣ କରିବା ପାଇଁ ମିଳିତ ଶ୍ରମିକ- କୃଷକ ସଂଗଠନର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଏହି ଆନ୍ଦୋଳନ କାର୍ଯ୍ୟାକ୍ରମରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଅଖିଳ ଭାରତ କୃଷକ ସଭା ର ଜିଲ୍ଲା ସଂପାଦକ ବିମ୍ବାଧର ବାରିକ୍, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ , ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଏଆଇସିସିଟିୟୁ ଜିଲ୍ଲା ସଭାପତି ସମର ବଳ, ମହିଳା ନେତ୍ରୀ ଜୟନ୍ତୀ ବିଶ୍ବାଳ, କୃଷକ ନେତା ଶୁଭେନ୍ଦ୍ରପ୍ରତାପ ମହାନ୍ତି , ମହିଳା ନେତ୍ରୀ ସୁରଜିତା ନାୟକ, ଶ୍ରମିକ ନେତା ମଳୟ ଭୋଇ, ଶ୍ରମିକ ନେତା ବିଷ୍ଣୁ ଦାଶ, ରାମଚନ୍ଦ୍ର ଶଙ୍ଖୁଆ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଶ୍ରମିକ ନେତା ମହେଶ୍ୱର ନାୟକ, ଶ୍ରମିକ ନେତା ରମେଶ ଜେନା, ଶ୍ରମିକ ନେତା ରବିନ୍ଦ୍ର ସେଠୀ, ଚାଷୀ ନେତା ସୁଶାନ୍ତ ଜେନା, ଚାଷୀ ନେତା ଅଶୋକ ବେହେରା, ଯୁବନେତା ପ୍ରତାପ ସେଠୀ ପ୍ରମୁଖ ନେତୃତ୍ବ ନେଇଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |