କଟକ(ଉତ୍କଳ ନିଉଜ)୦୭/୦୭/୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସ୍ଥିତ ନୀଳମଣି ସଭାଗୃହରେ ସୋମବାର ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ବିଡିଓ ନିରଂଜନ ବାରିକ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଅତିରିକ୍ତ ତହସିଲଦାର ନମିତା ଧଳ, ଏବିଡିଓ ମାନସ କୁମାର ଜେନା, ପ୍ରଶିକ୍ଷକ ଭାବେ ମାୟାଧର ସାହୁ, ବିଶ୍ୱନାଥ ଦାସ, ଆନନ୍ଦ ଚନ୍ଦ୍ର ଦାସ, ଅଶୋକ କୁମାର ପଣ୍ଡା, ବିଦ୍ୟାଧର ମହାନ୍ତି, ଦେବାନନ୍ଦ ବିଶ୍ୱାଳ ଓ ମନ୍ମଥ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ନୂତନ ଭୋଟର ମାନଙ୍କୁ ତାଲିକାଭୁକ୍ତ କରିବା, ମୃତ ଭୋଟର ମାନଙ୍କୁ ତାଲିକାରୁ ବାଦ୍ଦେବା, ବୁଥ୍ ବାହାରେ ଓ ବିଦେଶରେ ରହୁଥିବା ଭୋଟରମାନଙ୍କ ସମ୍ପର୍କ୍ୟରେ ତଥ୍ୟ ନେଇ ନିର୍ବାଚନ ବିଭାଗକୁ ଅବଗତ କରାଇବା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଶିବିରରେ ବ୍ଲକର ସମସ୍ତ ବିଏଲଓମାନେ ଅଂଶଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।