ବିଜେଡ଼ି ପକ୍ଷରୁ ଲୋୟର ପିଏମଜି ରେ ବିକ୍ଷୋଭ ପ୍ରଦର୍ଶନ |

59

କଟକ,(ଉତ୍କଳ ନ୍ୟୁଜ),୧୭.୦୭.୨୦୨୫: ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ବିଜେଡ଼ି ପକ୍ଷରୁ ଲୋୟର ପିଏମଜି ରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଆଉ ଆଜି ପିସିସି ସଭାପତି ଭକ୍ତ ଦାସଙ୍କ ଆହ୍ବାନରେ ଓଡ଼ିଶା ବନ୍ଦ୍ କରିଛି କଂଗ୍ରେସ । କଂଗ୍ରେସର ବନ୍ଦକୁ ସମର୍ଥନ ଜଣାଇଛି ବାମପନ୍ଥି ଦଳଗୁଡ଼ିକ । ତେବେ କଟକ କଥା ଯଦି କହିବା ଓଡ଼ିଶା ବନ୍ଦର ପ୍ରଭାବ ବେଶ୍ ପରିଲକ୍ଷିତ ହୋଇଛି । କଟକ ନେତାଜୀ ବସ୍ ଟର୍ମିନାଲ ହେଉ ଅବା ମାଲଗୋଦାମ, ହାଇକୋର୍ଟ, ବାଦାମବାଡ଼ି, ଲିଙ୍କରୋଡ଼ ଭଳି ସ୍ଥାନରେ ଆନ୍ଦୋଳନକାରୀ ମାନେ ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ପିଡ଼ିତାଙ୍କ ଆତ୍ମାହୁତି ପଛରେ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଏଭଳି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ ଯାହା ଆଗାମୀ ଦିନରେ ନାରୀ ମାନଙ୍କ ସୁରକ୍ଷା ପ୍ରତି ଏକ ଦିଗ୍ ଦର୍ଶନ ହେବ ବୋଲି କହିଛନ୍ତି ବିକ୍ଷୋଭକାରୀ ।