କୃଷକ କ୍ଷେତ୍ର ବିଦ୍ୟାଳୟ ର କ୍ଷେତ୍ର ଦିବସ ସମାପନ।

114

କଟକ (ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୫ ; ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ପାଳସାହି ଗ୍ରାମ ରେ ଡାଲି ଜାତୀୟ ଫସଲ ଚାଷ କରୁଥିବା ଚାଷୀ ମାନଙ୍କୁ ନେଇ କେନ୍ଦ୍ରୀୟ ସମନ୍ୱିତ ରୋଗ ପୋକ ପରିଚାଳନା କେନ୍ଦ୍ର ଭାରତ ସରକାରଙ୍କ ତରଫରୁ ଡାଲି ଫସଲର ସମନ୍ୱିତ ରୋଗ ପୋକ ନିରାକରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ୍ ଶିବିରରେ ପାଳସାହି ଗ୍ରାମର ୩୫ ଜଣ ରୁ ଅଧିକ ଚାଷୀ ଅଂଶ ଗ୍ରହଣ କରିଥିଲେ। ତାଲିମ୍ ପ୍ରଦାନକାରୀ ମାନେ ଚାଷୀ ମାନଙ୍କ ସହ କ୍ଷେତ୍ର ପରିଦର୍ଶନ କରିବା ସହ ରୋଗପୋକ ନିରାକରଣ ପାଇଁ ବିଭିନ୍ନ କୀଟନାଶକ ଔଷଧ ବ୍ୟବହାର କରିବା ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ ସେ ବିଷୟରେ ଅବଗତ କରାଇଥିଲେ। ବନସ୍ପତି ଅଧିକାରୀ ସାଲବା ସାଇଦ୍ୟୁତି, ସହାୟକ ବନସ୍ପତି ସଂରକ୍ଷଣ ଅଧିକାରୀ ଶୁଭାଶିଷ ସ୍ଵାଇଁ ପ୍ରମୁଖ ଯୋଗଦେଇ ତାଲିମ୍ ପ୍ରଦାନ କରିବା ସହ ବ୍ୟବହାର କରିବାପାଇଁ ଗୋଟିଏ ଲେଖାଏଁ କିଟ୍ ପ୍ରଦାନ କରିଥିଲେ। ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।