କାଲିମେଘି ଠାରେ 76ତମ ବନ ମହୋତ୍ସବ ଅନୁଷ୍ଠିତ |

61

କଟକ,(ଉତ୍କଳ ନ୍ୟୁଜ) ୫.୭.୨୦୨୫ : ବେଗୁନିଆଁପଡା ବ୍ଲକ କାଳିମେଘି ପଞ୍ଚାୟତ ସ୍ଥିତ କ।ଳିମେଘି ଜାଗିଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନବିଭାଗ ତରଫରୁ 76ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ପୋଲସରା ଡେପୁଟି ରେଞ୍ଜର ଶ୍ରୀ ନନ୍ଦକିଶୋର ସିଂ ମୁଖ୍ୟଅତିଥି ,କୋଦଳା ଫରେଷ୍ଟର ଶ୍ରୀ ହର ପ୍ରସାଦ ସାହୁ, ଗାର୍ଡ ଶ୍ରୀ ଅବିନାଶ ‌କଁଅର ଯୋଗଦାନ କରି ପିଲା ମାନଙ୍କୁ ବୃକ୍ଷ ରୋପଣ ପାଇଁ ପ୍ରେରଣା ଦେଇଥିଲେ । ଏହି ଉତ୍ସବରେ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏହିଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ସ୍କାଉଟ,ରେଡକ୍ରସ,ଇକୋକ୍ଲବ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶିକ୍ଷକ ଉତ୍ତମ ସାହୁ ଓ କ୍ରୀଡା ଶିକ୍ଷକ ଭାଗବାନପଣ୍ଡ ତଥା ଅନ୍ୟଶିକ୍ଷକ ଓ କର୍ମଚାରୀ ଵୄନ୍ଦ ବୃକ୍ଷ ରୋପଣ ରେ ସହାଯ୍ୟ କରିଥିଲେ। ଶେଷରେ ଗ୍ରାମ ଭ୍ରମଣକରି ସ୍ଲୋଗାନରେ ବୃକ୍ଷରୋପଣ ର ବାର୍ତ୍ତା ପ୍ରଚାର କରାଯାଇଥିଲା। ଏହି ଉତ୍ସବ କୁ ଇକୋକ୍ଲବ ଇନ୍ ଚାର୍ଜ ଶିକ୍ଷକ ଶ୍ରୀ ସରୋଜ କୁମାର ମାଝି ପରିଚାଳନା କରିଥିଲେ ଓ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।