କଟକ (ଉତ୍କଳ ନ୍ୟୁଜ ) ୨୦-୩-୨୦୨୫ : ଭଦ୍ରକ ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ବିଶିଷ୍ଟ ରାଜନେତା ତଥା ପୂର୍ବତନ ସରପଞ୍ଚ ଧନେଶ୍ୱର ପାଣିଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଓ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଗୁରୁବାର ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଧନେଶ୍ୱର ପାଣି ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ସଭାରେ ପରିଷଦର ସଭାପତି ରବିନ୍ଦ୍ର ଦାସ ସଭାପତିତ୍ୱ କରିଥିବା ବେଳେ କବି ରବିକୁମାର ମହାନ୍ତିଙ୍କ ସଂଚାଳନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱାମୀ ଭୈରବାନନ୍ଦ ସରସ୍ୱତୀ ମହାରାଜ, ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ଅଧିବକ୍ତା କିରଣ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଧନେଶ୍ୱର ପାଣି ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରି ସ୍ମରଣୀୟ ହୋଇ ରହିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ଓ ରାଜେନ୍ଦ୍ର କୁମାର ଦାସ, ସରପଞ୍ଚ ସୁପ୍ରଭା ପାଣି, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ, କବି ଦୀନବନ୍ଧୁ ପତି, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ ନାୟକ, ଇଂ ଅଭୟ ସୂତାର, ପୂର୍ବତନ ସରପଞ୍ଚ ବସନ୍ତ କୁମାର ନାୟକ, ଶିକ୍ଷାବିତ୍ ପ୍ରସନ୍ନ କୁମାର ପାଢ଼ୀ, ସମାଜସେବୀ ହରିହର ଲେଙ୍କା, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଧନେଶ୍ୱର ଖଟୁଆ, ପାଲାଗାୟକ ଗଣେଶ ପ୍ରସାଦ ଦାସ, ଆଇନଜୀବୀ ରଂଜନ ମିଶ୍ର, ସୂର୍ଯ୍ୟରଂଜନ ମିଶ୍ର, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, କବି ଗୋଲକ ପ୍ରସାଦ ବୈୟାରୀ, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ପ୍ରଫୁଲ ପାଢ଼ୀ, ସଂଗ୍ରାମ ମହାନ୍ତି, କୃପାସିନ୍ଧୁ ମହାନ୍ତି, ଭଗବାନ ପାଢ଼ୀ, କୈଳାସ ରାଉଳ ଓ ଉତ୍ତମ ମହାପାତ୍ର, ଅନାଦି ବେହେରା ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଅତିଥିମାନେ ସ୍ୱର୍ଗତ ପାଣି ଏବଂ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତ କମଳା ପାଣିଙ୍କ ପ୍ରତିମୂର୍ତ୍ତି ଅନାବରଣ ସହିତ ସ୍ମୃତି ପତ୍ରିକା ‘ଧନ୍ୟ ତୁମେ ଧନେଶ୍ୱର’ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ସଂଜୟ ପାଣିବର୍ମା ଗୀତା ପାଠ କରିଥିଲେ । ଏଥି ସହିତ ଅବସରପ୍ରାପ୍ତ ଅନୁଶିକ୍ଷା ଅଧିକାରୀ ରାମଚନ୍ଦ୍ର ବାରିକ, ସମାଜସେବୀ ଅନାମ କୁଅଁର ଓ କୃତି ଛାତ୍ର ରାକେଶ ସେଠୀଙ୍କୁ ଧନେଶ୍ୱର ପାଣି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ତାଙ୍କର ପୁତ୍ର ହରେକୃଷ୍ଣ ପାଣି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ପୂର୍ବତନ ସରପଞ୍ଚ ବୈକୁଣ୍ଠ ପାଣି, ସମାଜସେବୀ ବାଇଧର ପରିଡ଼ା, ଲକ୍ଷ୍ମୀଧର ସେନାପତି, ଦେବେନ୍ଦ୍ର ବାରିକ, ବଳରାମ ମଲ୍ଲିକ, ସରୋଜ ନାୟକ, ପ୍ରହ୍ଲାଦ କୁଅଁର, ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ ଦାଶ, ରବିନ୍ଦ୍ର ପାଣିଗ୍ରାହୀ, ଅର୍ଜୁନ ଦାସ, ଅପୂର୍ବ ପଣ୍ଡା, ଇଂ ନୀଳାମ୍ବର ପାଣି, ସଂଯୁକ୍ତା ପାଣିଗ୍ରାହୀ, ସସ୍ମିତା ଦାଶ, ସଂଘମିତ୍ରା ପଣ୍ଡା ଓ ସଂଗୀତାଶ୍ରୀ ପାଣି ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |