କଟକ (ଉତ୍କଳ ନ୍ୟୁଜ ) ୧୩-୦୧-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ପୀରହାଟ ଥାନାଧିନ ସନ୍ଦକପୁର ଗାଁରେ ଦୁଇ ପରିବାର ମଧ୍ୟରେ ଜାଗାବାଡି ବିବାଦ ଦେଖା ଦେଇଛି । ପ୍ରତକ୍ରିୟାଶୀଳ ହୋଇ ଅପରପକ୍ଷ ଏହି ପକ୍ଷଙ୍କ ଘରକୁ ଯାତାୟତ କରାଯାଉଥିବା ଚଲାରାସ୍ତାରେ ବାଡ ପୋତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ନିରଞନ ଦାସଙ୍କ ପୁଅ ପ୍ରହଲ୍ଲାଦ ଦାସ ଥାନାରେ ଦ୍ୱାରସ୍ଥ ହେବା ସହିତ ଅଭଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଅଭିଯୋଗ ମୁତାବକ, ପ୍ରହଲ୍ଲାଦଙ୍କ ସହିତ ଅପରପକ୍ଷଙ୍କ ମଧ୍ୟରେ ଜାଗାବାଡିକୁ ନେଇ ବିବାଦ ଦେଖା ଦେଇଥିଲା । ଘଟଣାକୁ ନେଇ ଗତ ୧୦ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ଥାନାରେ ଉଭୟପକ୍ଷଙ୍କ ମଧ୍ୟରେ ଏକ ବୁଝାବଣା ହୋଇଥିଲା ଯେଉଁଥିରେ ଦୁଇ ପକ୍ଷ ଅମିନ ଜରିଆରେ ମାପଚୁପ କରାଇବେ । ମାତ୍ର ଥାନାରୁ ଫେରିବା ପରେ ଅପରପକ୍ଷ ମାପଚୁପ କରିବାକୁ ମନା କଲେ ଏବଂ ୧୨ ତାରିଖରେ ପ୍ରହଲ୍ଲାଦଙ୍କ ଚଲାବାଟକୁ ବାଡ ବୁଜି ଘରକୁ ଯିବା ରାସ୍ତା ବନ୍ଦ କରିଦେଲେ । ବାପଗୋସାପ ଅମଳରୁ ବ୍ୟବହୃତ ରାସ୍ତା ବନ୍ଦ କରିବା ସହିତ ମାଡ ମାରି ରକ୍ତାକ୍ତ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏସମ୍ପର୍କରେ ଆଇଆଇସି ରୋଜାଲୀନ୍ ବେହେରାଙ୍କ ପଚାରିବାରୁ, ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାକୁ ଡକାଇ ଆଲୋଚନା କରାଯିବ ଏବଂ ଆବଶ୍ୟକ ପଡିଲେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |