କଟକ (ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୫ : ଚୌଦ୍ଵାର ସ୍ଥିତ ଇମ୍ଫା କଲୋନୀ କ୍ଲବ ଆନୁକୂଲ୍ଯରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବିରଟି ଇମ୍ଫା ଏବଂ ସମ୍ ହସ୍ପିଟାଲର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କାରଖାନାର କର୍ମଚାରୀ, ତାଙ୍କ ପରିବାର ଏବଂ କଲୋନୀରେ ବସବାସ କରୁଥିବା ଅନ୍ତେବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା। ଏହି ଶିବିରରେ ଡାକ୍ତରୀ ପରାମର୍ଶ, ଚିକିତ୍ସା, ଇସିଜି ପରୀକ୍ଷା ଓ ମଧୁମେହ ରୋଗ ସମ୍ଵନ୍ଧୀୟ ରକ୍ତ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନ ହୋଇଥିଲା l ଏହି ସ୍ୱାସ୍ଥ୍ୟ ଶିବିରରେ ଅବିଜ୍ଞ ୧୧ ଜଣିଆ ଡାକ୍ତରୀ ଦଳ ବିଭିନ୍ନ ବିଭାଗରୁ ଯଥା ଭେଷଜ, ଶଲ୍ୟ ଚିକିତ୍ସା, ସ୍ତ୍ରୀ ଓ ପ୍ରସୂତୀ, ଶିଶୁ, କର୍ଣ୍ଣ ନାସା ଗଳା, ଚର୍ମ, ସ୍ନାୟୁ ଏବଂ ଦନ୍ତ ବିଶେଷଜ୍ଞଙ୍କ ଦ୍ଵାରା ୪୦୦ ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେସଙ୍ଗେ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ଏବଂ ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ କଲୋନୀର ଅନ୍ତେବାସୀ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଏହାକୁ ଯାରି ରଖିବାକୁ ନିବେଦନ କରିଥିଲେ l

ଏହି ଶିବିରକୁ ଇମ୍ଫା ଚୌଦ୍ଵାରର ମାନବ ସମ୍ବଳ ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ ଏହାର ଉଦ୍ଘାଟନ କରିବା ସମୟରେ ଡଃ ସବ୍ୟସାଚୀ ମହାପାତ୍ର, ସୁଶାନ୍ତ କୁମାର ନାୟକ, ଅଶାନ୍ତ ବେହେରା, ରଣଜିତ୍ ବେହେରା, ପ୍ରକାଶ ସାହୁ, ସରୋଜ ସାମଲ, ସମଜ ମହାନ୍ତି, ଦୀପ୍ତି ରଞ୍ଜନ ଖିଲାର, ବରୁଣ ରାଉତ, ସୁମନ୍ତ ପରିଡା ଏବଂ ଅମର ଚୌଧୁରୀ ପ୍ରମୂଖ ଉକ୍ତ ଶିବିରକୁ ସଫଳତାର ସହିତ ଅୟୋଜନ କରିଥିଲେ l