କଟକ (ଉତ୍କଳ ନ୍ୟୁଜ ) ୧୮-୦୨-୨୦୨୫ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହଠାରେ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ “ଆପଦା ମିତ୍ର” ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ ଶିବିରରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଡ଼ିପିଓ ଶ୍ରୀ ବାପିବିଶ୍ଵଜିତ ସାହୁ ଏବଂ ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କିଶୋର ଆଚାର୍ଯ୍ୟ ବିଷୟ ବିଶାରଦ ଭାବେ ଯୋଗଦେଇ ପିଲାମାନଙ୍କୁ ସୁରକ୍ଷା ଯୋଗାଇଦେବା, ଅସୁରକ୍ଷିତ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଚିହ୍ନଟ, ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ କିପରି ନିଆଯାଇପାରିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ବିଭିନ୍ନ ବ୍ଲକରୁ ୪୦ଜଣ ଆପଦାମିତ୍ର ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ତୃଣମୂଳ ସ୍ତରରେ ଥିବା ଶିଶୁମାନଙ୍କର ସୁରକ୍ଷା ଦିଗରେ କିପରି ଉତ୍ତରଦାୟୀ ବ୍ୟବସ୍ଥା ସମୂହ କାର୍ଯ୍ୟଶୀଳ ରହିବେ ସେ ଦିଗରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆୟୋଜନ ଓ ପରିଚାଳନା କରିଥିଲେ ।