କଟକ ( ଉତ୍କଳ ନ୍ୟୁଜ ). ୧୨-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସ୍ତରୀୟ ଦୁଇ ଦିନିଆ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ସନ୍ଥପୁରାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶନିବାର ମଧ୍ୟାହ୍ନରେ ଉଦ୍ଯାପିତ ହୋଇଯାଇଛି । ୧୪ ବର୍ଷରୁ ଓ ୧୭ ବର୍ଷରୁ କମ୍ ଛାତ୍ରଛାତ୍ରୀମାନେ ଖୋକୋ, କବାଡି, ଭଲିବଲ, ସତରଞ୍ଜ, ବ୍ୟାଡମିଣ୍ଟନ, ଯୋଗ ଓ ହ୍ୟାଣ୍ଡବଲ ଖେଳରେ ସାମିଲ ହୋଇଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ମୋଟ୍ ୪୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୧୭୪ ଜଣ ଜିଲ୍ଲା ସ୍ତରକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ପୂର୍ବାହ୍ନରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ନାୟକ, ଅବସରପ୍ରାପ୍ତ ଶାରିରୀକ ଶିକ୍ଷକ ବାବାଜୀ ଚରଣ ମହାକୁଡ, ଗିରିଜା ରମଣ ଜେନା, ସୋମନାଥ ମିଶ୍ର, ବିଭୁପଦ ସାହୁ, ବିଜୟ ନାୟକ ଓ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶାରିରୀକ ଶିକ୍ଷକ ପ୍ରଭାତ ଜେନା, ବିଶ୍ୱନାଥ ମାଜୀ, ସତ୍ୟବ୍ରତ ଦାସ, ସନ୍ଦିପ ମିଶ୍ର, ଗୀତାଞ୍ଜଳୀ ରଥ, ଅଭୟ ସେନାପତି, ଅନୁପମା ଗିରି, ବିଶ୍ୱରଞ୍ଜନ ମଲ୍ଲିକ, ମଧୁସ୍ମିତା ପଣ୍ଡା, ଗୌତମ ବେହେରା, ନିର୍ମଳ ପଣ୍ଡା, ଅଞ୍ଜନ ଦାସ, ଦୋଳଗୋବିନ୍ଦ ପଧୁରିଆ, ରାଧାକ୍ରିଷ୍ଣ ନାୟକ, ସୁରଜିତ ଭୋଇ, ବିବେକାନନ୍ଦ ସାମଲ, ଶଶିକାନ୍ତ ବେହେରା, ସୁନିଲ ବାରିକ, ସୁବ୍ରତ ସାହୁ, ମଞ୍ଜୁଲତା ଦାସ, ସ୍ମୃତିରେଖା ନାୟକ, ଚିତ୍ତରଞ୍ଜନ ଦାସ, କାଶିନାଥ ପାଢୀ, ତନ୍ମୟ ବେହେରା, କମଳାକାନ୍ତ ସାହୁ, ଦିଲ୍ଲିପ ବେହେରା, ସୂର୍ଯ୍ୟମଣି ରାଉତ ଓ ବିମଳା ବେହେରା ଏବଂ ଆୟୋଜକ ବିଦ୍ୟାଳୟର ହୃଷିକେଶ ଘଡେଇ, ପ୍ରିୟରଞ୍ଜନ ଭାରତୀ, ଶୁଭଲକ୍ଷ୍ମୀ ମହାପାତ୍ର, ମିତାରାଣୀ ମହାନ୍ତି, ଦିପକ ଜେନା, ଅନନ୍ତ ଜେନା, ଗୌରାଙ୍ଗ ପାଲ ଓ ଅର୍ଜୁନ ପଲେଇ ପ୍ରମୁଖ ଶିକ୍ଷକ/ଶିକ୍ଷିକା ପରିଚାଳନାରେ ସହଯୋଗ କରିଥିଲେ ।

ସୂଚନା ଥାଉକି, କମାରିଆସ୍ଥିତ ଏପିଏସପିଏସ ହାଇସ୍କୁଲରେ ଉଦ୍ଘାଟନ ଉତ୍ସବ ସହ କେତେକ ଖେଳ ହୋଇଥିଲା । ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଲକ୍ଷ୍ମୀପ୍ରିୟା ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ବିଡିଓ ନିରଞ୍ଜନ ବାରିକ, ମୁଖ୍ୟ ବକ୍ତାଭାବେ ତହସିଲଦାର ଶୁଭାଶିଶ ସାହୁ, ସମ୍ମାନୀତ ଅତିଥିଭାବେ ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର, ବିଶ୍ୱନାଥ ପଣ୍ଡା, ଭକ୍ତବନ୍ଧୁ ପତି ଓ ରମାକାନ୍ତ ଦାସ, ଅବସରପ୍ରାପ୍ତ ଖେଳ ଶିକ୍ଷକ ବାବାଜୀ ଚରଣ ମହାକୁଡ, ବିଭୁଦତ୍ତ ସାହୁ, ବିଜୟ କୁମାର ନାୟକ, ସୋମନାଥ ମିଶ୍ର, ଗିରିଜା ରମଣ ଜେନା, ସୁରେଶ ଚନ୍ଦ୍ର ମହାକୁଡ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |