କଟକ ( ଉତ୍କଳ ନ୍ୟୁଜ ) ୨୧-୦୮-୨୦୨୬: ସାଳନ୍ଦି ଓ ଏହାର ଶାଖା ନଦୀ ନାଳିଆ ନଦୀର ଆଡିବନ୍ଧ ନିର୍ମାଣ ସମୟରେ ବିଭାଗ ପକ୍ଷରୁ ରହିଲା ନାହିଁ ତଦାରଖ । ନିମ୍ନମାନର କାର୍ଯ୍ୟକରି ଠିକାଦାର ମାଲେମାଲ ହେଉଥିବା ବେଳେ ବିଭାଗୀୟ ପଦାଧିକାରୀ ପିସି ନେଇ ଖୁସ୍ । ଏବେ ଆଡିବନ୍ଧ ଭାଙ୍ଗିବା ପରେ ଚେତା ପଶୁଛି ବିଭାଗର । ବାଉଁଶ ବାଲା ଓ ବାଲି ବସ୍ତା ଦେଇ ଯେତେ ମରାମତି କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନି । ଚଳିତ ବର୍ଷ ବନ୍ୟାରେ ସାଳନ୍ଦି ଓ ଶାଖା ନଦୀରେ ୬ଟି ସ୍ଥାନରେ ଆଡିବନ୍ଧ ଭାଙ୍ଗିଛି । ତିହିଡ଼ି ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର କଲ୍ୟାଣୀ ନଗର ଗ୍ରାମ ପାଖରେ ଥିବା ନାଳିଆ ନଦୀରେ କୂଳବନ୍ଧ ନଥିବାରୁ ପ୍ରତିବର୍ଷ ବନ୍ୟା ପାଣି ଗାଁକୁ ପ୍ରବେଶ କରେ । ଏହି ବର୍ଷ ବନ୍ୟାରେ ସାଳନ୍ଦି ଓ ନାଳିଆ ଘାଇ ସୃଷ୍ଟି ହୋଇଛି । ମରାମତି ନ ହେବା ଫଳରେ ୧୦ ଟି ପଂଚାୟତ ଜଳବନ୍ଦୀ ହୋଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |