ସମାଜସେବିକା ସତ୍ୟଭାମା ପାକଳଙ୍କ ବିୟୋଗ।

192

କଟକ (ଉତ୍କଳ ନ୍ୟୁଜ ) ୧୫- ୦୫-୨୦୨୫ : ଭଦ୍ରକ ଜିଲ୍ଲା ବଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣିଆଁ ଗ୍ରାମର ଅନ୍ୟତମ ସମାଜସେବିକା ସତ୍ୟଭାମା ପାକଳ ବ୍ରେନ୍ ଷ୍ଟ୍ରୋକରେ ଶିକାର ହୋଇ ୪ ମାସ ଧରି ଚିକିତ୍ସାଧିନ ଥିଲେ । ଆଜି ସକାଳ ସମୟରେ ତାଙ୍କ ବଣିଆଁ ଗ୍ରାମ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ସେ ତାଙ୍କ ଜୀବନରେ ଶହ ଶହ ବୃକ୍ଷ ରୋପଣ କରି ମଣିଷ ସମାଜର ସେବା କରିଥିଲେ । "ବୃକ୍ଷ ହିଁ ଜୀବନ " ଥିଲା ତାଙ୍କର ମୂଳ ମନ୍ତ୍ର । "ବୃକ୍ଷ ମାନବୀ" ବୋଲି ବଣିଆଁ ପଞ୍ଚାୟତ ବାସୀ ତାଙ୍କୁ ଆଖ୍ୟା ଦେଇଥିଲେ । ତାଙ୍କ ମୃତ୍ୟୁରେ ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଯୁବ ବିଜେଡି ନେତା ନାସିରୁଦ୍ଦିନ ଖାନ୍, ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ ଓ ଯୁବ ଆଇନଜୀବୀ ଉଜ୍ବଳ ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ଶବାଧାରରେ ସାମିଲ ହୋଇ ପୁଷ୍ପର୍ପଣ କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ଜ୍ୟୋଷ୍ଠପୁତ୍ର ଧନେଶ୍ୱର ପାକଳ, ବଡବୋହୁ କୌଶଲ୍ଯା ପାକଳ, କନିଷ୍ଠ ପୁତ୍ର ଅଜୟ ପାକଳ, କନିଷ୍ଠ ବୋହୁ ସଂଧ୍ୟାରାଣୀ ପାକଳ, ବଡ ଝିଅ ବୁଲିରାଣୀ ପାକଳ, ବଡଜ୍ୱାଇଁ ମଦନ ମୋହନ, ସାନଝିଅ ସଞ୍ଜୁଲତା ପାକଳ, ସାନ ଜ୍ୱାଇଁ କ୍ଷୁଦ୍ରଶିଳ୍ପପତି ଭରତ ବେହେରା, ପୁତୁରା ରାଜୁ ପାକଳ, ନାତି ଯୁବ ବ୍ୟବସାୟୀ ଅଶୋକ ପାକଳ, ଗଣେଶ ବେହେରା, କୃଷ୍ଣଚନ୍ଦ୍ର ମୋହନ, ସନ୍ତୋଷ ପାକଳ, ଶୁଭମ୍ ବେହେରା, ହରି ପାକଳ, ରୁଦ୍ର ପାକଳ, ନବକିଶୋର ପାକଳ, ନାତୁଣି ମହିଳା ନେତ୍ରୀ ମଧୁସ୍ମିତା ପାକଳ, ସ୍ମିତା ପାକଳ, ଶ୍ରାବଣୀ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାର୍ପଣ କରିଥିଲେ। ଗ୍ରାମ ପରିକ୍ରମା ପରେ ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶବସତ୍କାର ସହ ଶେଷକୃତ୍ଯ ସମ୍ପନ୍ନ ହୋଇଥିଲା । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |