କଟକର ସହରାଞ୍ଚଳ ପୋଲିସ ତରଫରୁ ସଚେତନତା କାର୍ଯ୍ୟକ୍ରମ ମଞ୍ଚ ଏବେ ଚର୍ଚ୍ଚାରେ |

80

କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୫ : କଟକର ଐତିହାସିକ ବାଲିଯାତ୍ରାରେ ଥିବା କଟକ ଇନ୍ କଟକ ଭିତରେ ପୋଲିସ୍ ତରଫରୁ ସଚେତନତା କାର୍ଯ୍ୟକ୍ରମ ମଞ୍ଚ ପାଶ୍ୱର୍ରେ ଲୋକଙ୍କ ଭିଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଗତକାଲି ସନ୍ଧ୍ୟାରେ ଓଲିଉଡ୍ ଶିଳ୍ପର ଜଣାଶୁଣା ଅଭିନେତ୍ରୀ ସୁଶ୍ରୀ ସଙ୍ଗୀତା ମହାପାତ୍ର(ଲିପି) ଏହି ମଞ୍ଚରେ ସଚେତନତା କରିବା ସହିତ ମନୋରଞ୍ଜନ ମଧ୍ୟ କରିଥିଲେ ଯାହା ଫଳରେ ବାଲିଯାତ୍ରାର ଅଧିକାଂଶ ଲୋକଙ୍କ ଭିଡ଼ ସେହି ମଞ୍ଚ ପାଖରେ ଥିଲା। କଟକ ସହରାଞ୍ଚଳ ପୋଲିସ ତରଫରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ମଞ୍ଚକୁ ଅଭିନେତ୍ରୀ ଲିପି ବହୁତ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଏସ୍ ପି. ରବି ନାରାୟଣ ପାତ୍ର ମହୋଦୟ ଥିଲେ ଏବଂ ପ୍ରଥମେ ମଞ୍ଚକୁ ମଧ୍ୟ ରବିନାରାୟଣ ପାତ୍ର ଉଦଘାଟନ କରିଥିଲେ। ଏବଂ ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଆ ଆଲବମ ଜଗତରେ ଥିବା ସୁ ପ୍ରସିଦ୍ଧ ଓ ଲୋକପ୍ରିୟ ଗୀତ "ଏକଡା ଏକଡା ରା" | ର ଗାୟକ ବ୍ୟାସଦେବ ପୁରୋହିତ ମହୋଦୟ ସେହି ଏକଡା ଏକଡା ରା ଗୀତକୁ ଗାଇ ଶ୍ରୋତାଙ୍କର ମନ ଜିତିଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ ମହୋଦୟ ଜଣେ ପୋଲିସ ଅଧିକାରୀ (ASI) ଭାବରେ କାର୍ଯ୍ୟରତ। ଅନେକ କଳାକାର ମଧ୍ୟ ଏହି ମଞ୍ଚକୁ ଆସି ମନୋରଞ୍ଜନ ସହିତ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିଥିଲେ।

ଏହି ମଞ୍ଚର ମୁଖ୍ୟ ପରିଚାଳକ ଭାବେ ACP କୃଷ୍ଣଚନ୍ଦ୍ର ସେଠୀ, ACP ଅମିତାଭ ମହାପାତ୍ର, ACP ସତ୍ୟଜିତ୍ ଦାସ, ସମାଜସେବୀ ସାଇ ସିଦ୍ଧାନ୍ତ ମିଶ୍ର ଥିବା ଏବଂ ସଚେତନତା କାର୍ଯ୍ୟକ୍ରମ ମଞ୍ଚରେ ମୁଖ୍ୟ ସଚେତନତା ସୃଷ୍ଟି କରି ଲୋକଙ୍କୁ ଏକ ସୁ ବାର୍ତ୍ତା ଦେବା ପ୍ରତ୍ୟେକ ଦିନ ସନ୍ଧ୍ୟାରେ କଟକ ସାଇବର ଥାନାର IIC ରଶ୍ମିତା ଜେନାଙ୍କ ମୁଖ୍ୟ ଅବଦାନ ରହିଛି । ମୁଖ୍ୟତଃ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସହରାଞ୍ଚଳ ପୋଲିସ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ଯାହା ଲୋକମାନେ ବହୁତ ମାତ୍ରାରେ ରକ୍ତଦାନ ମଧ୍ୟ କରିବା ଏକ ପ୍ରଶଂସାର ପାତ୍ର ପାଲଟିଛି | ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ସହରାଞ୍ଚଳ ପୋଲିସ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଅନେକ ସହଯୋଗ ରହିଅଛି। ଏହା ବର୍ତ୍ତମାନ ଐତିହାସିକ ବାଲିଯାତ୍ରା ଉତ୍ସବରେ ଚର୍ଚ୍ଚାର ବିଷୟ ହୋଇଛି।