ସହୋଦୟା ପରିବାର ତରଫରୁ ଚଳିତ ବର୍ଷ ର ଦଶମ ଓ ଏକାଦଶ ଶ୍ରେଣୀର ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ |

160

କଟକ (ଉତ୍କଳ ନ୍ୟୁଜ ) ୧୯-୦୫-୨୦୨୫ : କଟକ ବାରବାଟୀ ଷ୍ଟାଡିୟମ ସ୍ଥିତ ଓ.ସି.ଏ. କନଫରେନ୍ସ ହଲ ରେ ସହୋଦୟା ପରିବାର ତରଫରୁ ଚଳିତ ବର୍ଷ ର ଦଶମ ଓ ଏକାଦଶ ଶ୍ରେଣୀର ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ସହୋଦୟା ପରିବାରର ଅଧକ୍ଷ ଡ଼.ପ୍ରିୟଦର୍ଶୀ ନାୟକ , ସଭାପତି ଡ଼. ପ୍ରଦୀପ ତ୍ରିପାଠୀ , ଉପସଭାପତି ଶ୍ରୀମତୀ ଦେବସ୍ମିତା ସାହୁ ,ସମ୍ପାଦକ ଅଭିରାମ ସାହୁ , ଯୁଗ୍ମ ସମ୍ପାଦକ ଯାଜ୍ଞଶ୍ୱର ବୋରା , କୋଷାଦକ୍ଷ କଳ୍ପତରୁ ସାହୁ , ଏବଂ ସଭ୍ୟ ଡ଼. ଜୟନ୍ତୀ ମିଶ୍ର ସହୋଦୟା ପରିବାର ଉକ୍ତ ତିରିଶରୁ ଉର୍ଧ ବିଦ୍ୟାଳୟ ର ଦଶମ ଓ ଦ୍ୱାଦଶ ଶ୍ରେଣୀ ର ୧୦୦ ରୁ ଅଧିକ ଟପ୍ପର ଛାତ୍ର ଛାତ୍ରୀ, ସେମାନଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଭିଭାବକଙ୍କ ଭବ୍ୟ ଉପସ୍ଥିତିରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଅଭିରାମ ସାହୁ | ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଭିଭାବକ ମାନେ ସେମାନଙ୍କ ଆଶୀର୍ବଚନ ପ୍ରଦାନ କରିବା ପରେ ସହୋଦୟା ପରିବାର ତରଫରୁ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ ସହୋଦୟା ର ଅଧକ୍ଷ ଡ଼. ପ୍ରିୟଦର୍ଶୀ ନାୟକ ତାଙ୍କ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ଭବିଷ୍ୟତ ର କାମନା କରିବା ସହିତ ସେମାନଙ୍କ ନିଷ୍ଠା ଆଉ ଏକାଗ୍ରତା ସେମାନଙ୍କୁ ସଫଳତା ର ଶୀର୍ଷରେ ପହଂଚିଥିଲେ ବୋଲି କହିଥିଲେ |